ପତ୍ନୀଙ୍କ ସହ ଶଶୁରଘରକୁ ଲକ୍ଷ୍ମୀପୂଜା ବୁଲିବାକୁ ଆସିଥିଲେ, ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲାର ପାଟ୍‌ଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ତୁରୁମୁଙ୍ଗା ଥାନା ବେଲପାଣି ଗାଁର ଜଣେ ବିବାହିତ ଯୁବକଙ୍କ ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛି। ଜାଣିବାକୁ ମିଳିଛି ଯେ ଯୁବକ ଜଣକ ସେ ଗାଁର ଜ୍ୱାଇଁ। ଯୁବକଙ୍କ ନାମ ରମେଶ ଦାସ। ତାଙ୍କ ବୟସ ୪୧ ବର୍ଷ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବରୁଆଁ ଥାନା ଅନ୍ତର୍ଗତ ଆଦିପୁର ଗ୍ରାମରେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରମେଶ ଲକ୍ଷ୍ମୀପୂଜା ବୁଲିବାକୁ ତାଙ୍କ ସ୍ତ୍ରୀଙ୍କ ସହ ଶଶୁରଘରକୁ ଆସିଥିଲେ। ମଙ୍ଗଳବାର ସକାଳୁ ତାଙ୍କ ଶଶୁରଘରଠାରୁ ୫ ଶହ ମିଟର ଦୂରରେ ଥିବା ଗଛରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ତୁରୁମୁଙ୍ଗା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ, ଏହା ହତ୍ୟା ନା ଆତ୍ମହତ୍ୟା ଏପର୍ଯ୍ୟନ୍ତ ଜାଣିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର