୫୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଧା : ଖୋର୍ଧା ଦମକଳବାହିନୀ କାର୍ଯ୍ୟାଳୟ ଛକ ନିକଟରୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଜି ୫୫କେଜି ଗଞ୍ଜେଇ ସହ ଏକ ଇଣ୍ଡିଗୋ କାର୍‌ (ଓଡି୦୨-୨୦୬୧) ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଊର୍ଧ୍ୱ ଟଙ୍କା ହେବ ବୋଲି ଜଣଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ପୁପୁନ୍‌ ବଳିଆରସିଂହ (୩୨) ନାମକ ଜଣେ ଯୁବକକୁ ଗିରଫ କରିଛି। ପୁପୁନ୍‌ର ଘର ଖୋର୍ଧା ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ନରଣଗଡ଼ ପଞ୍ଚାୟତର ଓରମୀ ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀରୁ ଜଟଣୀ ରେଳ ଷ୍ଟେସନ୍‌କୁ ଏହି ଗଞ୍ଜେଇ ଏକ ଇଣ୍ଡିଗୋ କାର୍‌ରେ ପଠାଯାଉଥିଲା। ସେଠାରୁ ଟ୍ରେନ୍‌ ଯୋଗେ ପୁରୀକୁ ପଠାଯାଇଥାଆନ୍ତା। ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ କମିସନର୍‌ ପ୍ରଶାନ୍ତ କୁମାର ସେନାପତି ଓ ଡେପୁଟି କମିସନର୍‌ ମୃଣାଳକାନ୍ତି ଦାସଙ୍କ ନିର୍ଦେଶକ୍ରମେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ (ୟୁନିଟ୍‌-୨) ଅଧିକାରୀ ଅମରେନ୍ଦ୍ର ଜେନା, ଇନ୍‌ସପେକ୍ଟର୍‌ ବୈଜୟନ୍ତୀ ପଣ୍ଡା, ଜଗଦୀଶ ସାମଲ, ଏଏସ୍‌ଆଇ ନିରଂଜନ ବେହେରା, ରାମଚନ୍ଦ୍ର ସେଠୀ ପ୍ରମୁଖ ସଦଳବଳେ ଖୋର୍ଧା ଦମକଳବାହିନୀ କାର୍ଯ୍ୟାଳୟ ଛକ ନିକଟରେ କାର୍‌କୁ ଜବତ କରି ଖାନତଲାସି କରିଥିଲେ। ଡିକିରୁ ମିଳିଥିବା ୫୫କେଜି ଗଂଜେଇ ସହ କାର୍‌ଟିକୁ ବିଭାଗୀୟ କର୍ମଚାରୀମାନେ ଜବତ କରିଥିଲେ। ଏ ସମ୍ପର୍କରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

ସମ୍ବନ୍ଧିତ ଖବର