ଆଶାକର୍ମୀଙ୍କ କାର୍ଯ୍ୟ ବନ୍ଦ ଧମକ, ଜିଲ୍ଲାପାଳଙ୍କୁ ପତ୍ର

ଟାଙ୍ଗୀ : ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସମସ୍ତ ଆଶାକର୍ମୀମାନଙ୍କ ଦାବି ଆସନ୍ତା ୧୫ଦିନ ମଧ୍ୟରେ ପୂରଣ ନ ହେଲେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବେ ବୋଲି ଆଶାକର୍ମୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୪୧ଟି ଯୋଜନାରେ କାର୍ଯ୍ୟ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଆଶାକର୍ମୀମାନଙ୍କ ପାଇଁ କୌଣସି ନିର୍ଦିଷ୍ଟ ଦରମା ଧାର୍ଯ୍ୟ କରାଯାଇନାହିଁ। ତେଣୁ ୧୦୦ ଟଙ୍କା ଦୈନିକ ଅର୍ଥ ରାଶି ହିସାବରେ ମାସିକ ୩୦୦୦ଟଙ୍କା ରାଜ୍ୟ ସରକାର ଦରମା ନିର୍ଧାରଣ ନକଲେ, ସେମାନେ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ କରିବେ ବୋଲି ଜିଲ୍ଲାପାଳଙ୍କୁ ଏକ ପ୍ରେସ ବିବୃତିରେ ଚେତାବନୀ ଦେଇଛନ୍ତି। ଏ ସଂପର୍କିତ ଏକ ପତ୍ର ସେମାନେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର