ଫସଲ ଉଜାଡ଼ିଲେ ବାର୍‌ହାପଲ

୮ ଏକର ଧାନ ଫସଲ ନଷ୍ଟ

ନାଚୁଣୀ: ଚିଲିକା ବ୍ଲକର ହରିପୁର ମୌଜା ଅଧୀନ ମାଙ୍କଡ଼ମୁଣ୍ଡିଆ ଓ ନାଣ୍ଡୁ ଗହିରରେ ଥିବା ୧୦ରୁ ଊର୍ଧ୍ୱ ଚାଷୀଙ୍କ ୮ଏକର ଜମିରେ ହୋଇଥିବା ଧାନ ଫସଲକୁ ବାର୍‌ହା ପଲ ଗତ ରାତିରେ ନଷ୍ଟ କରି ଦେଇଛନ୍ତି। ବ୍ୟାଙ୍କ ଓ ହାତ ଉଧାର ଋଣ କରି ସଦାନନ୍ଦ ସାମନ୍ତରାୟ, ଲକ୍ଷ୍ମୀଧର ସାମନ୍ତରାୟ, ସୁକାନ୍ତ ପାଇକରାୟ, ଅକ୍ରୂର ସ୍ୱାଇଁ, ଭିକାରୀ ସ୍ୱାଇଁ, ବିଭୂତି ସାମନ୍ତରାୟ, ହୁଲାସ ବଳବନ୍ତରାୟ, ଲକ୍ଷ୍ମଣ ସ୍ୱାଇଁ, କେଦାର ସ୍ୱାଇଁ, ଲକ୍ଷ୍ମୀଧର ତାଡ଼ ପ୍ରମୁଖ ଚାଷୀ ଏ ବର୍ଷ ସେମାନଙ୍କ ଜମିରେ ସ୍ୱର୍ଣ୍ଣ ମସୁରୀ ଧାନ ଫସଲ କରିିଥିଲେ। କିନ୍ତୁ ବାର୍‌ହା ପଲଙ୍କ ଯୋଗୁଁ ଫସଲ ଉଜୁଡ଼ିଯିବା କାରଣରୁ ଏହି ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ବର୍ଷକ ଯାକ କିପରି ଚଳିବେ ବୋଲି ବାଷ୍ପରୁଦ୍ଧ କଣ୍ଠରେ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ଏ ବାବଦରେ ନଇରୀ ରାଜସ୍ୱ ନିରୀକ୍ଷକ ତଥା ବନବିଭାଗ ଟାଙ୍ଗୀ ରେଞ୍ଜ ଅଫିସର୍‌ଙ୍କୁ ଆଜି ଗୁହାରି କରିଥିବା ଜଣାଯାଇଛି। ସରକାରୀସ୍ତରରେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବି ହେଉଛି।

ସମ୍ବନ୍ଧିତ ଖବର