ବ୍ରାଉନ୍‌ସୁଗାର, ବନ୍ଧୁକ ସହ ୨ଲକ୍ଷ ଟଙ୍କା ଜବତ, ୨ ଗିରଫ

ଖୋର୍ଦ୍ଧା : ଜଟଣୀ ପୁଲିସ ଇରାନି ମସ୍‌ଜିଦ୍‌ ନିକଟବର୍ତୀ ବାଲିଛକ ମୁଣ୍ତିଆ ନିକଟରେ ଚଡ଼ଉ କରି ୨ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନ୍ ସୁଗାର, ଗୋଟିଏ ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ନଗଦ ୨ଲକ୍ଷ ୩୦ହଜାର ଟଙ୍କା ଜବତ କରିଛି। ଗତକାଲି ପୂର୍ବାହ୍ନରେ କୌଣସି ସୂତ୍ରରୁ ଖବର ପାଇ ଜଟଣୀ ଥାନାର ଏସ୍‌ଆଇ ମାର୍କଣ୍ତ ମିଶ୍ରଙ୍କ ନେତୃତ୍ବରେ ବାଲିଛକ ମୁଣ୍ତିଆ ନିକଟରେ ଚଡ଼ଉ କରିଥିଲେ। ଚଢ଼ଉରେ ସେକ୍ ଫରିଦ୍‌(୨୬) ଓ ସେକ୍ ଚାନ୍ଦ(୨୨)ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୧ଲକ୍ଷ ଟଙ୍କାର ୨୦ଗ୍ରାମ ବ୍ରାଉନ୍‌ ସୁଗାର, ଗୋଟିଏ ଦେଶୀ ବନ୍ଧୁକ, ୪ଟି ମୋବାଇଲ୍ ଫୋନ୍, ୨ଟି ବାଇକ୍, ଅଫୁଟା ଗୁଳି ଓ ନଗଦ ୨ଲକ୍ଷ ୩୦ହଜାର ଟଙ୍କା ଜବତ କରିଥିଲେ। ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର