ଖୋର୍ଦ୍ଧା: କଲେଜରୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ!

ଖୋର୍ଦ୍ଧା: କଲେଜରୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଜୋର ଜବରଦସ୍ତି ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଛାତ୍ରୀ ଜଣକ କଲେଜରୁ ଫେରୁଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଦୁର୍ବୃତ୍ତମାନେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଥାନା ମାଳିସାହି ରାସ୍ତାରୁ ଅପହରଣ କରି ନେଇଛନ୍ତି। ଘଟଣା ସଂପର୍କରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅପହୃତ ଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରି ଦେଇଛି। ଛାତ୍ରୀଙ୍କ ସ୍କୁଟି, ଚପଲ ଓ ପୁରୁଷ ଚପଲ ରାସ୍ତାରେ ପଡ଼ିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର