ଚୁଆରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଅସରଳା ପଞ୍ଚାୟତର ଆମ୍ୱଗାଡ଼ିଆ ଗାଁ ପାଖରେ ଥିବା ଏକ ଚୁଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି। ସେଠାରୁ ଯେଉଁ ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କର ନାଆଁ ସନ୍ତୋଷ କୁମାର ପ୍ରଧାନ ବୋଲି ଜଣାଯାଇଛି। ତାଙ୍କ ଘର ପୁଆଣିଆ ଗାଆଁରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ମୃତ ସନ୍ତୋଷ ପ୍ରଧାନ ଦୁଇଦିନ ହେବ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ , କିନ୍ତୁ ତାଙ୍କର ଖୋଜଖବର ମିଳି ନଥିଲା।ଏହାପରେ ସେମାନେ ବାଧ୍ୟ ହୋଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଆଜି ସକାଳେ ସନ୍ତୋଷଙ୍କ ମୃତଦେହ ଏକ କୂଅରେ ପଡିଥିବା ଦେଖିବାକୁ ମିଳିଥିଲା ।

ଏହି ଖବର ପାଇବା ପରେ ପରିବାର ଲୋକେ ସନ୍ତୋଷଙ୍କ ଚିହ୍ନଟ କରିଥିଲେ । ତାଙ୍କୁ ହତ୍ୟା କରା ଯାଇଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାକୁ ନେଇ ସେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର