ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ: ୧୦୦ ଗ୍ରାମ୍‌ ବ୍ରାଉନସୁଗାର, ୮ କିଲୋ ଗଞ୍ଜେଇ ଓ ୯୦ ହଜାର ଟଙ୍କା ଜବତ

ଖୋର୍ଦ୍ଧା: କଟକ ଅବକାରୀ ପ୍ଲାଇଙ୍ଗ ସ୍କାର୍ଡ ଖୋର୍ଦ୍ଧା ଓ କଟକରେ ଶୁକ୍ରବାର ବ୍ୟାପକ ଚଢ଼ାଉ କରି ୧୦୦ ଗ୍ରାମ୍‌ ବ୍ରାଉନସୁଗାର, ୮ କିଲୋ ଗଞ୍ଜେଇ ଓ ୯୦ ହଜାର ଟଙ୍କା ଜବତ କରିଛି। ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଖୋର୍ଦ୍ଧା ଟାଉନଥାନା ଅନ୍ତର୍ଗତ ଉଇଲକିଶନ ନଗରରୁ ଚଢ଼ାଉ କରି ୧୦୦ ଗ୍ରାମ ବ୍ରାଉନସୁଗାର ସହ ୫୦ ହଜାର ଟଙ୍କା ଏବଂ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛନ୍ତି। ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି।

ସେହିପରି ଅବକାରୀ ବିଭାଗ କଟକ ଗାନ୍ଧୀ ନଗର ଅଞ୍ଚଳରେ ଚଢାଉ କରି ୮ କିଲୋ ଗଞ୍ଜେଇ ଓ ୪୦ ହଜାର ଟଙ୍କା ଜବତ କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ନୂଆଗାଁ ଅଞ୍ଚଳର ଅଭୟ ସାହୁ ଓ କଟକ ଗାନ୍ଧୀ ନଗର ଅଞ୍ଚଳର ସନ୍ତୋଷ ପାଣ୍ଡବ।

ସମ୍ବନ୍ଧିତ ଖବର