ଅଗ୍ନିକାଣ୍ଡରେ ୨ ବଖରା ଘର ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଅଂଚଳର ଲହଙ୍ଗା ଗାଁରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୨ ବଖରା ଘର ସଂପୂର୍ଣ୍ଣ ରୂପେ ଜଳି ଯାଇଛି। ସୂଚନା ଅନୁସାରେ ଗାଁର ଅଚ୍ୟୁତ ବଳିୟାରସିଂହ ଓ ଅମରେନ୍ଦ୍ର ବଳିୟାରସିଂହଙ୍କ ଘରେ ଆଜି ଅପରାହ୍ନ ୩ଟାରେ ନିଆଁ ଲାଗିଛି। ନିଆଁ ଲାଗିବା ପରେ ଗାଁଲୋକେ ଏହାକୁ ଲିଭାଇବା ପାଇଁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଛନ୍ତି। ଫଳରେ ଘର ଭିତରେ ଧାନ, ଚାଉଲ, ଲୁଗାପଟା, ଘରୋଇ ସାମଗ୍ରୀ, କିଛି ଟଙ୍କା, ସୁନା, ଗହଣା-ବାକ୍ସ ଆଦି ପୋଡ଼ିଯାଇଥିବା ଜଣାପଡ଼ିଛି।

ସୂଚନା ପାଇ ଖୋର୍ଦ୍ଧାରୁ ଦମକଳ ଗାଡ଼ି ପହଂଚିବା ବେଳକୁ ୨ ବଖରା ଘର ସଂପୂର୍ଣ୍ଣ ପୋଡ଼ି ପାଇଁଶ ହୋଇ ଯାଇଛି। ଘର ପୋଡ଼ିଯିବା ପରେ ୨ଟି ପରିବାର ଶୀତୁଆ ରାତିରେ କେଉଁଠି ଓ କେମିତି ରହିବେ ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ନିଆଁ ଲାଗିବାର ପ୍ରକୃତ କାରଣ ସଂପର୍କରେ ସ୍ପଷ୍ଟ ହୋଇ ନାହିଁ ବୋଲି ଦମକଳ ବିଭାଗର କର୍ମଚାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର