ଶୌଚ ପାଇଁ ଯାଇଥିଲେ ୨ ଯୁବତୀ, ମାରଣାସ୍ତ୍ର ଦେଖାଇ ଜଣକୁ ଉଠାଇ ନେଲେ ୩ ଯୁବକ, ଗଣଦୁଷ୍କର୍ମ ପରେ ଫେରାର

ନିରାକାରପୁର: ଶୌଚ ପାଇଁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ୩ ଜଣ ଯୁବକ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ରବିବାର ଅପରାହ୍ନରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ୨ ଜଣ ଯୁବତୀ ଆଜି ଅପରାହ୍ନ ୨ଟାରେ ଗାଁ ପଛ ପଟ ପଡ଼ିଆ ଆଡକୁ ଶୌଚ ପାଇଁ ଯାଇଥିଲେ। ତାଙ୍କୁ ପୂର୍ବରୁ ଟାର୍ଗେଟ କରିଥିବା ୩ ଜଣ ଯୁବକ ହଠାତ୍‌ ଆସି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଯୁବତୀମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଜଣେ ଯୁବତୀଙ୍କୁ ଉଠାଇ ନେଇ ଜଙ୍ଗଲିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅନ୍ୟ ଯୁବତୀ ଜଣକ ଯୁବକମାନଙ୍କ ଠାରୁ କୌଣସି ପ୍ରକାରରେ ଖସି ଆସି ଅପହରଣ ହୋଇଥିବା ଯୁବତୀଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ପରିବାର ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଯୁବତୀଙ୍କ ଭାଇ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ ଆଣିଥିବା ବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର