ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ରାଜ୍ୟରେ ଖୋଲିବ ୭ ନୂଆ ସିଏନ୍‌ଜି ‌ଷ୍ଟେସନ: ଦିନକୁ ୨୫ଟି ନୂଆ ଘରକୁ ରନ୍ଧନ ଗ୍ୟାସ ସଂଯୋଗ

ଭୁବନେଶ୍ବର: ରାଜ୍ୟରେ ଗେଲ୍‌ ଇଣ୍ଡିଆ ଆଉ ୭ଟି ନୂଆ ସିଏନ୍‌ଜି ଷ୍ଟେସନ୍ ଖୋଲିବ। ଏଥିରୁ ୪ଟି ଷ୍ଟେସନ୍ ଖୋର୍ଦ୍ଧା ଜିଲ୍ଲାରେ ଏବଂ ୩ଟି ଷ୍ଟେସନ୍ କଟକ ଜିଲ୍ଲାରେ ଖୋଲାଯିବ। ଖୋର୍ଦ୍ଧା ଜିଲ୍ଲାର ଯେଉଁସବୁ ସ୍ଥାନରେ ନୂଆ ସିଏନ୍‌ଜି ଷ୍ଟେସନ ସ୍ଥାପନ ହେବ ସେଗୁଡ଼ିକ ହେଲା ନାଚୁଣୀ, କୁହୁଡ଼ି,…
ଅଧିକ ଖବର ଦେଖନ୍ତୁ...

ମାମିନା ପ୍ରଧାନ ଓ ୩ବର୍ଷର ସନ୍ତାନ ଦୀପୁନ ହତ୍ୟା ମାମଲା: ସ୍ବାମୀ ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା: ୨୦୧୫ରେ ନିରାକାରପୁର ଥାନା ଅନ୍ତର୍ଗତ ହରିପୁର ନିକଟର ମୋରମୋରସିଂହ ଗାଁରେ ମାମିନା ଜେନା ଓ ତାଙ୍କର ୩ ବର୍ଷର ପୁତ୍ର ସନ୍ତାନଙ୍କ ହତ୍ୟା ମାମଲାରେ ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନିଅଣ୍ଟିଆ ବର୍ଷା‌ ରେକର୍ଡ ଭାଙ୍ଗିଲା; ଖୋର୍ଦ୍ଧା ଜିଲ୍ଲାରେ ୧୨ ହଜାର ହେକ୍ଟର ଫସଲ ନଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତ ଖରିଫ ଋତୁରେ ୧୨ ‌ହଜାର ହେକ୍ଟରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଚଳିତ ବର୍ଷର ଏହି କ୍ଷୟକ୍ଷତି ୨୦୧୭ରେ ହୋଇଥିବା ନିଅଣ୍ଟିଆ ବର୍ଷାଜନିତ ଫସଲ କ୍ଷତିର ରେକର୍ଡ ଭାଙ୍ଗିଛି। ସଫଳ ଖରିଫ ଧାନ ଫସଲ ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ବିଦ୍ୟାଳୟ ପ୍ରଶ୍ନପତ୍ରରେ ଶ୍ରୀରାମଙ୍କ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟକୁ ବିରୋଧ 

ଖୋର୍ଦ୍ଧା: ନିକଟରେ ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ଅନୁଷ୍ଠିତ ଷଷ୍ଠଶ୍ରେଣୀ ଷଣ୍‌ମାସିକ ପରୀକ୍ଷା ପ୍ରଶ୍ନପତ୍ରରେ ଶ୍ରୀରାମଚନ୍ଦ୍ରଙ୍କ ସମ୍ପର୍କରେ ବିଭ୍ରାନ୍ତିମୂଳକ ତଥ୍ୟ ଦିଆଯାଇଛି। ଏହାର ବିରୋଧରେ ‌ହିନ୍ଦୁ ଜାଗରଣ ମଞ୍ଚ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି…
ଅଧିକ ଖବର ଦେଖନ୍ତୁ...

ଖେଳପଡ଼ିଆ ଜମିରେ ସରକାରୀ ବାସଗୃହ ନିର୍ମାଣ ନକରିବାକୁ ଭୁବନେଶ୍ବର ସାଂସଦଙ୍କ ଚିଠି

ଖୋର୍ଦ୍ଧା: ଖେଳପଡ଼ିଆ ଜମିରେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସରକାରୀ ବାସଗୃହ ନିର୍ମାଣ କରିବାକୁ ଯୋଜନା କରାଯାଉଛି। ଏନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ଭବିଷ୍ୟତ କ୍ରୀଡ଼ାର ବିକାଶ ପାଇଁ ଖେଳପଡ଼ିଆରେ କୌଣସି ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ପଥରଖଣିରୁ ବଟି ଆଦାୟ ଅଭିଯୋଗ: ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ଦାବିପତ୍ର

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା, ଗୋଡ଼ା, ସାମନ୍ତରାୟପୁର, ଦଲକ, ଦେଉଳି, ଜାମୁସାହି ଆଦିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ପଥର ଖଣିରୁ ଗ୍ରାମବାସୀଙ୍କ ନାମରେ ବଟି ଆଦାୟ କରାଯାଉଛି ବୋଲି ଗ୍ରାମର କେତେକ ବାସିନ୍ଦା ଅଭିଯୋଗ କରିଛନ୍ତି। ତେବେ ଅପରଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ଟୋଲ୍‌ ଗେଟ୍‌ର ହାଇମାଷ୍ଟ ଲାଇଟ୍‌ରେ ଧାନ ଫସଲ କ୍ଷତିଗ୍ରସ୍ତ

ଖୋର୍ଦ୍ଧା: ଗୋଡ଼ିପଡ଼ା ଟୋଲ୍‌ଗେଟ୍‌ରେ ଥିବା ହାଇମାଷ୍ଟ ଲାଇଟ୍‌ (ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଆଲୋକ) ଯୋଗୁଁ ନିକଟରେ ଥିବା ଚାଷ ଜମିରେ ଧାନଫସଲ କ୍ଷତିଗ୍ରସ୍ତ ହେଉଛି, ଏଣୁ ଉକ୍ତ ଲାଇଟ୍‌କୁ ହଟାଇବାକୁ ଦାବି କରି ସ୍ଥାନୀୟ ଚାଷୀମାନେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୀକ୍ଷା ବୈଠକ

​ଖୋର୍ଦ୍ଧା: ବିକଶିତ ଭାରତ ସଂକଳ୍ପ ଯାତ୍ରାର ଏକ ସମୀକ୍ଷା ବୁଧବାର ଅପରାହ୍‌ଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ: ଦୁଇ ଝିଅ ଅନାଥ

ବୋଲଗଡ଼: ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ। ସ୍ୱାମୀଙ୍କ ଅନ୍ତିମ ସଂସ୍କାର ପରେ ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ଧର୍ମପତ୍ନୀ। ଏଣେ ବାପାମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଛନ୍ତି ୨ ଝିଅ। ଏପରି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆ…
ଅଧିକ ଖବର ଦେଖନ୍ତୁ...

୧୪ରୁ ତିନି ଦଫା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରିବ ବିଜେପି

ଖୋର୍ଦ୍ଧା: ରାଜ୍ୟରେ ଅନିୟନ୍ତ୍ରିତ ଦୁର୍ନୀତି ଓ ପଞ୍ଚାୟତର କ୍ଷମତାକୁ ଜାଣିଶୁଣି କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ କରି ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରାଯିବ। ସୋମବାର ଏନେଇ ଜିଲ୍ଲା ବିଜେପି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...