ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା , ସ୍ଥାନୀୟ ଅଂଚଳରେ ଉତ୍ତେଜନା

0

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଞ୍ଚଳରେ ଏକ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରକାଶ ପାଇଛି ତୀବ୍ର ଉତ୍ତେଜନା । ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହାସହିତ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ ମାରିଛନ୍ତି ଉତ୍ତେଜିତ ଲୋକେ । ଖବର ପାଇ ଘଟଣାସ୍ଥଳରେ ଜଟଣୀ ପୋଲିସ ପହଂଚି ଅଭିଯୁକ୍ତକୁ ଗିରଫ କରି ଅଧିକ ତନାଘନା ଚଳାଇଛି ।

ଏତଲା ଅନୁଯାୟୀ ଅମିତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାବାଳିକା ଝିଅ ସହ ଆନନ୍ଦ ପ୍ରଧାନ ନାମକ ଜଣେ ଯୁବକ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରଛି। ଏ ସଂପର୍କରେ ସେ ଥାନାରେ ଏତଲା ଦେବାକୁ ଆସିଥିବା ବେଳେ ଥାନା ଅଧିକାରୀ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଠିକ୍ ସେହିପରି ଜାମୁକୋଳି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କାର୍ତ୍ତିକ ପରିଡ଼ା ବି ତାଙ୍କୁ ବାଡ଼େଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.