ଗାଡ଼ି ଧକ୍କାରେ ଯୁବକ ଗୁରୁତର

ଦଶପଲ୍ଲା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗାଠାରେ ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଉଛନ୍ତି ଦଶପଲ୍ଲା କୁଞ୍ଜବନଗଡ଼ର ଲିଙ୍ଗରାଜ ଦାଶଙ୍କ ପୁଅ ସୁବ୍ରତ ଦାଶ। ସୁବ୍ରତ ୱାଇଏଫ୍‌ସି କମ୍ପାନୀରେ ସୁପରଭାଇଜର ରୂପେ କର୍ଯ୍ୟ କରନ୍ତି। ବୁଧବାର ମଧ୍ୟାହ୍ନରେ ଶାଳଭଙ୍ଗାଠାରେ ସୁବ୍ରତ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବାବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ନୟାଗଡ଼ ସ୍ଥାନାନ୍ତର କରାଯାଇଛି। ପରେ ପରେ ଗାଡ଼ିଟି ଅନ୍ୟ ଦୁଇଟି ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିବାର ଖବର ମିଳିଛି। ମାତ୍ର ଖବର ଲେଖାଯିବା ପର୍ଯ୍ୟନ୍ତ ଧକ୍କା ଦେଇଥିବା ଗାଡ଼ିର କୌଣସି ଠିକ୍‌ ସୂଚନା ମିଳିନଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର