ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ଜଟଣୀ :ଜଟଣୀ ଥାନା ଅନ୍ତର୍ଗତ ଚିନ୍ତାମଣିନଗରର ସ୍ୱର୍ଣ୍ଣପ୍ରଭା ମହାରଣା (୩୮) ବେକରେ ରଶି ଲଗାଇ ବୁଧବାର ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। କିଛି ଦିନ ହେବ ସ୍ୱର୍ଣ୍ଣପ୍ରଭା ଓ ତାଙ୍କ ସ୍ୱାମୀ ବସନ୍ତ ମହାରଣାଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ମଙ୍ଗଳବାର ଖରା ବେଳେ ସ୍ୱର୍ଣ୍ଣ ଶୋଇବା ଘର ଓରାରେ ବେକରେ ରଶି ବାନ୍ଧି ଝୁଲି ପଡ଼ିଥିଲେ। ବସନ୍ତ କିଛି ସମୟ ପରେ ଏହା ଦେଖି ତାଙ୍କୁ କୁଦିଆରୀ ବଜାରରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଜଟଣୀ ଥାନା ପୁଲିସ ନମ୍ବର ୧୧/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସ୍ୱାମୀ ବସନ୍ତକୁ ପଚରାଉଚରା କରୁଛି। ଅପରପକ୍ଷେ ବ୍ୟବଚ୍ଛେଦ ପରେ ସ୍ୱର୍ଣ୍ଣଙ୍କ ଶବକୁ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର