ପୁରୀ: ପେଟ୍ରୋଲ ପମ୍ପ ଗ୍ରାହକଙ୍କୁ ତେଲ ଦେବାରେ ଠକୁଥିବା ନେଇ ଅଭିଯୋଗ

ପୁରୀ: ପୁରୀର  ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ସୋମବାର ଅପରାହ୍ନରେ ତେଲ ଦେବାରେ ଠକେଇ ହୋଇଥିବା ନେଇ ଉତ୍ତେଜନା ଦେଖା ଦେଇଥିଲା। ଆଜି ଅପରାହ୍ନରେ ଅନିଲ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରି କହିଥିଲେ, ମୁଁ ଅନ୍ୟ ପେଟ୍ରୋଲ ପମ୍ପମାନଙ୍କରେ ୮୦୦ଟଙ୍କାରେ ପେଟ୍ରୋଲ ଭର୍ତ୍ତି କଲେ ଗାଡ଼ିର ଟାଙ୍କି ଫୁଲ ହୋଇ ଯାଇଥାଏ।  କିନ୍ତୁ  ଆଜି ଏହି ଖୁଣ୍ଟିଆ ପେଟ୍ରୋଲ ଟାଙ୍କିରୁ ୯୫୨ଟଙ୍କାର ତେଲ ଭରି ଥିଲେ ହେଁ ଟାଙ୍କି ଫୁଲ ହୋଇ ନ ଥିଲା। ଏ ନେଇ ତେଲ ଦେଉଥିବା କର୍ମଚାରୀଙ୍କୁ ପଚାରିବାରୁ ସେ ଯୁକ୍ତି କରିବା ଆରମ୍ଭ କରି ଦେଇଥିଲେ।

ଏହି ଗଣ୍ଡଗୋଳ ବିଷୟରେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରି ପେଟ୍ରୋଲ ପମ୍ପ ପରିଚାଳକଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି। ପେଟ୍ରୋଲ ପମ୍ପ ପରିସରରେ ଏହି ଘଟଣାକୁ କେନ୍ଦ୍ର କରି କାଳେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହେବା ସେ ଆଶଙ୍କାରେ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର