କଣ୍ଟାବାଞ୍ଜିରେ ଅଙ୍ଗନବାଡି କର୍ମୀଙ୍କୁ ଅପହରଣ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଜଣେ ଅଙ୍ଗନବାଡି କର୍ମୀଙ୍କୁ ଅପହରଣ କରାଯିବା ଘଟଣା ସାମ୍ନାକୁ ଆସିଛି। ଶନିବାର ଅପରାହ୍ନରେ ଅଙ୍ଗନବାଡି କର୍ମୀ ମୁକ୍ତା ପନିକା ତାଙ୍କର ସାଙ୍ଗ ଲକ୍ଷ୍ମୀପ୍ରିୟା ନାଗଙ୍କ ସହିତ ଏକ ସ୍କୁଟିରେ ମିଟିଂକୁ ଯାଇଥିଲେ। ଏହି ସମୟରେ ୩-୪ ଜଣ ଦୁର୍ବୃତ୍ତ ମୁଖାପିନ୍ଧି ଏକ ବଲେରୋ ଗାଡ଼ିରେ ଦୁଇଜଣଙ୍କ  ପିଛା କରିଥିଲେ। ନିଛାଟିଆ ସ୍ଥାନ ଦେଖି ବଳପୂର୍ବକ ମୁକ୍ତା ପନିକାଙ୍କୁ ଅପହରଣ କରି ନେଇଥିଲେ।

ତେବେ ସ୍ଥାନୀୟଲୋକଙ୍କ କହିବାନୁସାରେ, ମୁକ୍ତା ପନିକାଙ୍କ ପ୍ରେମ ବିବାହ ହୋଇଥିଲା। କିଛିଦିନ ହେବ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ତେବେ ଏହାକୁ କେନ୍ଦ୍ର କରି କେହି ତାଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର