ଜୟପୁର: ତାଙ୍କ ଦ୍ବାରା ପ୍ରସ୍ତୁତ ଭିଡିଓରେ ହସି ହସି ଗଡି ଯାଉଛନ୍ତି କୋରାପୁଟିଆ। ଦେଶୀଆ ସହ କୋରାପୁଟିଆ ଓ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେଉଛି ଏହି ମେମ୍ସ। ଏହି ମେମ୍କୁ ପ୍ରତିଦିନ ସାମାଜିକ ଗଣମାଧ୍ୟମ ‘ଖାଣ୍ଟି କୋରାପୁଟିଆ’ ଚ୍ୟାନେଲରେ ମିଳୁଛି ହଜାର ଲାଇକ୍ ଓ ସେୟାର। କୋରାପୁଟିଆ ଭାଷାରେ ପ୍ରତିଦିନ ତିଆରି ହେଉଛି ମେମ୍ସ(ବିଭିନ୍ନ ଭିଡିଓକୁ କୋରାପୁଟିଆ ଭାଷାରେ ବ୍ୟଙ୍ଗ ଶୈଳୀରେ ଉପସ୍ଥାପନା)। ଏପରି ଜଣେ ଉଦୟମାନ ଯୁବକ ହେଉଛନ୍ତି କୋରାପୁଟ ଜିଲ୍ଲା ବିକ୍ରମଦେବ ସଂୟଶାସିତ ମହାବିଦ୍ୟାଳୟ ପୂର୍ବତନ ଛାତ୍ର ଆଶିଷ କୁମାର ନାୟକ। ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି ତାଙ୍କର ଜଣେ ସାଙ୍ଗ ଡେଡପୁଲ ଭାଇନା ନାମକ ଜଣେ ଯୁବକ। ଏହି ଦୁଇଜଣ ମିଶି ଫେସବୁକ, ଇଷ୍ଟାଗ୍ରାମ ଓ ୟୁଟ୍ୟୁବରେ ପ୍ରତିଦିନ ଭଳିକି ଭଳି ବ୍ୟଙ୍ଗରସାତ୍ମକ ଭିଡିଓ ପ୍ରସ୍ତୁ କରି ଛାଡିଥାନ୍ତି। ଆଉ ଭିଡିଓ ପଡୁ ପଡୁ ସାଙ୍ଗେ ସଙ୍ଗେ ହଜାର ହଜାର ହଜାର ଲାଇକ, କମେଣ୍ଟ ସହ ସେୟାର ସାଉଣ୍ଟେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆଶିଷ କୋରାପୁଟରେ ଜନ୍ମ ନେଇଥିବାବେଳେ ଏବେ ନରରଙ୍ଗପୁରରେ ରହୁଛନ୍ତି। ଗତବର୍ଷ ସେ ଇଂରାଜୀ ବିଭାଗରୁ ପିଜି ଶେଷ କରିଥିବାବେଳେ ଉଚ୍ଚତ୍ତର ଶିକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ପେଟପାଟଣା ପାଇଁ ବ୍ୟବସାୟ କରୁଛନ୍ତି। ଲକଡାଉନ ହେତୁ ଏଥିରେ ତାଲା ଲାଗିଥିବାରୁ ଏବେ ସମୟ ହିଁ ସମୟ। ତେଣୁ ଦିନ ଯାକ ବ୍ୟବସାୟରେ ମାତିବା ପରେ ରାତି ୯ଟାରୁ ରାତି ୨ଟା ଯାଏ ପ୍ରସ୍ତୁତ ହୁଏ ମେମ୍ ପାଇଁ ରନ୍ଧାବଢା। ଏଥିପାଇଁ ବିଭିନ୍ନ ଫିଲ୍ମ ସହ ଲୋକପ୍ରିୟ ଭିଡିଓକୁ ଆଣି ମେମ୍ ପ୍ରସ୍ତୁତ କରୁଥିବା ସଫ୍ଟଓୟାରରେ ବ୍ୟବହାର ହୁଏ। ଏହାପରେ ଆରମ୍ଭହୁଏ ସ୍କ୍ରିପ୍ଟ ଲେଖା। ତା ପରେ ଏହାକୁ ଅଡିଓ ପ୍ରସ୍ତୁ କରାଯାଇ ଭିଡିଓ ଅଡିଟିଂ କରାଯାଏ। ଏହାପରେ ପ୍ରସ୍ତୁତ ମେମ୍କୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଏ।
ଯଦିଓ ବିଭିନ୍ନ ସାମଜିକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସେମାନଙ୍କୁ ବିଜ୍ଞାପନ ପାଇଁ ଅଫରଆସେ କିନ୍ତୁ ଏହାକୁ ପ୍ରତ୍ୟାକ୍ଷାନ କରିଛନ୍ତି। କୋରାପୁଟିଆ ଭାଷାକୁ ଓଡ଼ିଶାରେ ଲୋକପ୍ରିୟ କରିବାକୁ ଏହି କାମକରୁଥିବା କହିଛନ୍ତି ଆଶିଷ। ତାଙ୍କ ଫେସବୁକ, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଚ୍ୟାନେଲରେ ଏବେ ହଜାର ହଜାର ଫଲୋଅର ତାଙ୍କୁ ଫଲୋ କରି ବିଭିନ୍ନ ମେମ୍ସ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।