ଡାକ୍ତରଖାନାରେ ୨ ଡାକ୍ତରଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସଂପର୍କୀୟ, ଥାନାରେ ଏତଲା

କୋରାପୁଟ: ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରୋଗୀ ସଂପର୍କୀୟମାନେ ୨ ଜଣ ଡାକ୍ତରଙ୍କୁ ମାଡ଼ ମାରିଥିବା ଟାଉନ୍‌ ଥାନାରେ ବୁଧବାର ଏତଲା ହୋଇଛି। ସୂଚନା ଅନୁସାରେ ମଙ୍ଗଳବାର ରାତିରେ ସ୍ଥାନୀୟ ରେଳବାଇ କଲୋନିର ଜଣେ ଅସୁସ୍ଥ ଶିଶୁକୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ରାତିରେ ଅସୁସ୍ଥ ଶିଶୁର ସ୍ୱାସ୍ଥ୍ୟ ଆହୁରି ବିଗିଡ଼ିଥିଲା। ଫଳରେ ଶିଶୁର ପରିବାର ଲୋକେ ବିରକ୍ତି ପ୍ରକାଶ କରିଥିଲେ। ଶିଶୁର ସ୍ୱାସ୍ଥ୍ୟବସ୍ଥା ଶୀଘ୍ର ଠିକ କରିବାକୁ ସେମାନେ ଡାକ୍ତରଙ୍କୁ ଅନୁରୋଧ କରିଥିଲେ।

ଶିଶୁର ସଂପର୍କୀୟମାନେ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସହ ଗଣ୍ଡଗୋଳ କରିଥିଲେ। ଏପରିକି ସେମାନେ ରୋଗୀଙ୍କୁ ମାଡ଼ ମାରିଥିଲେ। ରୋଗୀ ସଂପର୍କୀୟମାନେ ମହିଳା ଡାକ୍ତରଙ୍କୁ ମଧ୍ୟ ଛାଡ଼ି ନଥିବା ଟାଉନ ଥାନାରେ ଏତଲା ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର