ଯୁବତୀଙ୍କୁ ଅସଦାଚରଣ ଘଟଣା:ରୁଜୁ ହେଲା ମାମଲା, ପୂଜକ ଫେରାର

ଜୟପୁର,: ଘରେ ପଶି ଅସଦାଚାରଣ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୀଡ଼ିତା ଯୁବତୀ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏହାକୁ ଭିତ୍ତିକରି ଆଜି ଜୟପୁର ଟାଉନ ପୁଲିସ ସଂପୃକ୍ତ ପୂଜକଙ୍କ ନାଁରେ ମାମଲା ରୁଜୁ କରିଛି। ସ୍ଥାନୀୟ ନୂଆ ସାହି ୪ର୍ଥ ଲାଇନର ଯୁବତୀଙ୍କ ଅଭିଯୋଗ କ୍ରମେ ପାରାବେଡା ଅଞ୍ଚଳର ପୂଜକଙ୍କ ନାମରେ ୨୪୫/୧୮ରେ ଏକ ମାମଲା ରୁଜୁ ହୋଇଥିବା ତଦନ୍ତ ଅଧିକାରୀ ଏସ.ଆଇ ସୀମା ସଙ୍ଗୀତା ଲୁଗୁନ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ବେଳେ ପୂଜକ ଜଣକ ଫେରାର ଥିବା ଜଣାପଡିଛି।

ଲିଖିତ ଅଭିଯୋଗ ଅନୁଯାୟୀ ଗତ ୨୩ ତାରିଖରେ ଯୁବତୀଙ୍କ ଘରକୁ ପୂଜକ ଯାଇଥିଲେ। ସେତେବେଳେ ଯୁବତୀଙ୍କ ବ୍ୟତୀତ ଘରେ କେହି ନଥିଲେ। ପୂଜକ କିଛି ଖାଇବାକୁ ଦେଇଥିବା ବେଳେ ଯୁବତୀ ଭାରାକ୍ରାନ୍ତ ଅନୁଭବ କରିଥିଲେ। ଏହାପରେ ପୂଜକ ଅଶ୍ଳୀଳ କଥା କହି ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ୨ଘଣ୍ଟା ଧରି ଏହି କଥାବାର୍ତ୍ତା ଚାଲିଥିବା ବେଳେ ଯୁବତୀ ଜଣକ ହୋସରେ ଥାଇ ତାଙ୍କ କଥା ଶୁଣିଥିବା ବେଳେ ଉତ୍ତର ଦେବାକୁ ଅକ୍ଷମ ହୋଇଥିଲେ। ଏହି ଘଟଣା ସଂପର୍କରେ ଯୁବତୀ ମା’ଙ୍କୁ କହିବା ପରେ ପୁଜକଙ୍କୁ ଫୋନରେ ଗାଳି କରିଥିଲେ। କଥା ପ୍ରଘଟ ହୋଇଯିବାରୁ ପୂଜକ କ୍ଷମା ମାଗିଥିଲେ। ତେବେ ପୂଜକଙ୍କ ଏହି କାରନାମାକୁ ବରଦାସ୍ତ ନକରି ଯୁବତୀ ସୋସିଆଲ ମିଡିଆରେ ଘଟିଥିବା ଘଟଣା ସଂପର୍କରେ ପୋଷ୍ଟ କରିବା ସହ ଗତକାଲି ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର