୧୯ନାବାଳିକା ଉଦ୍ଧାର

ଜୟପୁର: ବୋରିଗୁମ୍ମା ପୁଲିସ ଆଜି ରାତି ପ୍ରାୟ ୮ଟା ବେଳେ ଏକ ସରକାରୀ ବସରୁ ୧୯ ନାବାଳିକାଙ୍କୁ ଉଦ୍ଧାର କରିଛି। ଏହି ନାବାଳିକାମାନେ ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ବିଶାଖାପାଟଣାକୁ ଯାଉଥିଲେ। ସେମାନଙ୍କୁ ୨ଜଣ ଦାଲାଲ ବସ ଯୋଗେ ଆନ୍ଧ୍ରକୁ ନେଉଥିବା ଜଣାପଡିଛି। ସେମାନଙ୍କୁ ଏବେ ଅଟକ ରଖି ପଚରାଉଚୁରା କରାଯାଉଥିବା ପୁଲିସ ସୂତ୍ରରୁ ଜଣାପଡିଛି। ତେବେ ଏହି ନାବାଳିକାମାନେଙ୍କୁ ପୁଲିସ ପଚରାଉଚୁରା କରିବା ବେଳେ କିଏ ଜୟପୁର, କୋରାପୁଟ ଓ ଚେନ୍ନାଇ ଯାଉଥିବା କହିଥିବା ଜଣାପଡିଛି। ତେବେ ଏମାନେ କୁଆଁଡେ ଯାଉଥିଲେ ଓ କେଉଁ କାର୍ଯ୍ୟ ପାଇଁ ଯାଉଥିଲେ ତାହା ଜଣାପଡିନାହିଁ।

ସମ୍ବନ୍ଧିତ ଖବର