୨୨ଏକର ଗଞ୍ଜେଇ ଚାଷ ନଷ୍ଟ

କୋରାପୁଟ/ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ବାଡେଲ ଓ ବିଲାପୁଟ ପଞ୍ଚାୟତର ୬ଟି ଗ୍ରାମରେ ହୋଇଥିବା ଗଂଜେଇ ଚାଷକୁ ଆଜି ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ସୂଚନା ଅନୁସାରେ, ମାଳିପୁଟ, ବଡେଇପୁଟ, ଗଡେଇପୁଟ, କୁମାରପୁଟ, ଶିଶାପୁଟ ଆଦି ଗ୍ରାମରେ ଗଂଜେଇ ଚାଷ ହେଉଥିବା ଖବର ପାଇ ପୁଲିସ ଓ ଅବକାରୀ ଅଧିକାରୀମାନେ ଆଜି ଭୋରରେ ପହଞ୍ଚିଥିଲେ। ପ୍ରାୟ ୨୨ଏକର ଜମିରେ ହୋଇଥିବା ଗଂଜେଇ ଚାଷକୁ କାଟି ନଷ୍ଟ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦିନ ତମାମ ଏହି ଅଭିଯାନ ଚାଲିଥିଲା। ଆଜି ନଷ୍ଟ କରାଯାଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୨କୋଟି ୨୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର