୪ହାଇେଓ୍ଵ ଲୁଟେରା ଗିରଫ, ବଲେରୋ ସହ ବନ୍ଧୁକ ଜବତ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଆଉଁଳି ଛକରେ ଯାତ୍ରୀଙ୍କ ଠାରୁ ଲୁଟ୍‌ କରିବାକୁ ଯୋଜନା କରୁଥିବା ୪ଜଣ ଡକାୟତଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛିି। ପୁଲିସ ଡକାୟତଙ୍କ ଠାରୁ ଏକ ବଲେରୋ ଓ ଗୋଟିଏ ୯ଏମଏମ ବନ୍ଧୁକ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଆଉଁଳି ଛକ ତଥା ୨୬ନମ୍ବର ଜାତୀୟ ରାଜପଥରେ ୪ଜଣ ଡକାୟତ ଯାତ୍ରୀଙ୍କ ଠାରୁ ଲୁଟ୍‌ କରିବାକୁ ଯୋଜନା କରୁଥିଲେ। ଏନେଇ କୌଣସି ସୂତ୍ରରୁ ଖବର ପାଇ ବୋରିଗୁମ୍ମା ଥାନା ଅଧିକାରୀ ସାଗରିକା ନାଥଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରି ସମସ୍ତଙ୍କୁ ଗିରଫ କରିବା ସହ ଗୋଟିଏ ବଲେରୋ(ଓଆର ୦୨୍‌ଏଜେ ୭୮୯୦) ଓ ୯ଏମଏମ ବନ୍ଧୁକ ଜବତ କରିଥିଲା। ଏହି ଚଢାଉ ବେଳେ ଆମ୍ବାଗୁଡା ଗ୍ରାମର କାଳିଆ ହୋତା, ଡମ୍ବଗୁଡା ଗ୍ରାମର ବିମଳ ହରିଜନ, ପରଜା କେବିଡି ଗ୍ରାମର ଅଶ୍ୱିନୀ ଖରା ଓ ରବିନ୍ଦ୍ର ବାରିକଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଏହି ସମୟରେ ୩ଜଣ ଲୁଟେରା ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଥାନା ଅଧିକାରୀ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି। ଏନେଇ ପୁଲିସ କେଶ୍‌ ନଂ-୯୪/୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର