ମାଡ଼ ମାରି ୪ ଦଣ୍ଡିତ

କୋରାପୁଟ: ଜଣେ ଲୋକଙ୍କୁ ମାଡ ମାରି ଲହୁଲୁହାଣ କରିବା ମାମଲାରେ ଅଦାଲତ ୪ ଜଣଙ୍କୁ ଦଣ୍ଡିତ କରିଛନ୍ତି। କୋର୍ଟ ବିବରଣୀ ଅନୁଯାୟୀ, ଗତ ୨୦୧୪ ଅକ୍ଟୋବର ୧୮ତାରିଖରେ କୋରାପୁଟ ହାଟପଦାରେ ବ୍ୟବସାୟ କରୁଥିବା ପି.ଶଙ୍କର ରାଓଙ୍କୁ କିଛି ଲୋକ ପିଟିବା ସହ ଲୁହା ରଡରେ ମୁଣ୍ଡକୁ ବାଡେଇ ଦେଇଥିଲେ। ଏଥିନେଇ ତାଙ୍କ ପତ୍ନୀ ରାବଣାମ୍ମା କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୧୨୨/୧୪ରେ ଏକ ମାମଲା ରୁଜୁ କରିଥିଲା। ଏସଆଇ ସୁନୀତା ବେହେରା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହି ମାମଲାର ବିଚାରଣା କୋରାପୁଟ ସହକାରୀ ଦୌରା ଜଜ ସୌଭାଗ୍ୟ ରଂଜନ ସ୍ବାଇଁଙ୍କ ଅଦାଲତରେ ଚାଲିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଦାଲତ ପି.ନାଗେଶ୍ବର ରାଓ, ପି.ଲକ୍ଷ୍ମୀ, ପି.ଆମଲା, ପି.ଚନ୍ଦ୍ରରାଓଙ୍କୁ ୧୮ମାସ ୧୫ଦିନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ବିଦ୍ୟାଧର ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର