ରାଜ୍ୟସ୍ତରୀୟ ୟୁଥ୍‌ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ, ୫୧ ୟୁନିଟ୍‌ ରକ୍ତ ସଂଗୃହୀତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଶନିବାର ଦିନ ଠାରୁ ଆରମ୍ଭ ହୋଇଥିବା ଦକ୍ଷିଣାଞ୍ଚଳ ରାଜ୍ୟ ସ୍ତରୀୟ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛିା ଶିବିରରେ ଦକ୍ଷିଣାଞ୍ଚଳର କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୂଆପଡା ଓ କୋରାପୁଟ ଜିଲ୍ଲାରେ ଥିବା ୪୫ଟି ବିଭିନ୍ନ ମହାବିଦ୍ୟାଳୟର ୨୨୦ ଜଣ ସ୍ୱେଚ୍ଚାସେବୀ ଓ ପରାମର୍ଶ ଦାତ୍ତା ଉପସ୍ଥିତ ଥିଲୋ ୪ ଦିନ ଧରି କଲେଜ୍‌ ପରିସର ଚଳଚଞ୍ଚଳ ହୋଇଉଠିଥିବା ବେଳେ ରେଡ୍‌ କ୍ରସ୍‌ ର ଇତିହାସ, ନୀତି, ନିୟମ, ପ୍ରାଥମିକ ଚିକତ୍ସା, ପ୍ରାରମ୍ଭିକ ବିପର୍ଯ୍ୟୟ ଓ ତାର ମୁକାବିଲା, ପାଣିପାଗ ପରିବର୍ତନ, ଏଡସ୍‌ ସଚେତନତା, ଯୁବ ସମାଜର କର୍ତ୍ତବ୍ୟ ଇତ୍ୟାଦି ବିଷୟରେ ଶିକ୍ଷାପ୍ରଦାନ କରାଯାଇଥିଲାା

ପ୍ରତ୍ୟକ ଦିନ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ପ୍ରବନ୍ଧ ଲିଖନ, ବକ୍ତୃତା, ସାଧାରଣ ଜ୍ଞାନ ଚିତ୍ରାଙ୍କନ ଓ ନୃତ୍ୟଗୀତ ଇତ୍ୟାଦି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ଯୋଗାଭ୍ୟାସ ଓ ପର୍ବତାରୋହଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲାା ଉପସ୍ଥିତ ହୋଇଥିବା ସ୍ୱେଚ୍ଛାସେବୀ ମାନଙ୍କଦ୍ୱାରା ସ୍ୱଚ୍ଛଭାରତ ହାତଧୂଆ ଓ ପଲିଥିନ୍‌ ବ୍ୟାନ ର‍୍ୟାଲି ଆୟୋଜନ କରାଯାଇଥିବା ବେଳେ ଏକ ସ୍ୱେଚ୍ଛାକୃତ ରକ୍ତଦାନ କରାଯାଇଥିଲାା ରକ୍ତଦାନ ଶିବିରରେ କେବଳ ଯୁଥରେଡକ୍ରସର ଯୋଗଦେଇଥିବା ୫୧ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲୋ

ସମ୍ବନ୍ଧିତ ଖବର