ପ୍ରବଳ ବର୍ଷାରେ ୯୨ ଜଣଙ୍କ ଘର ଭାଙ୍ଗିଲା, ଧାନ କ୍ଷେତରେ ମାଡିଗଲା ବାଲିଚର

ଲକ୍ଷ୍ମୀପୁର: ଗତ ଚାରିଦିନ ହେବ ପ୍ରବଳ ବର୍ଷା ହେବା ଫଳରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ଲୋକେ ବିଶେଷ ଭାବେ କ୍ଷତି ଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସରକାରୀ ରିପୋର୍ଟ ଅନୁଯାୟୀ ଗୁରୁବାର ପର୍ଯ୍ୟନ୍ତ ୯୨ ଜଣଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପ୍ରାୟ ୧୦ ଏକରରୁ ଉର୍ଦ୍ଧ୍ୱ ଜମିରେ ବାଲିଚର ମାଡିଯାଇ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛିା ବ୍ଲକର ୧୩ଟି ଗ୍ରାମପଞ୍ଚାୟତ ମଧ୍ୟରୁ ଓଡିଆପେରେ ୧୮, କୁଟିଙ୍ଗା ୫, ପିପଳପଦର ୧୦, ତୁନପାର୍‌ ୧୦, ଲକ୍ଷ୍ମୀପୁର ୧୦, ବୁର୍ଜା ୯, ପଞ୍ଚଡା ୩ ଗୌଡଗୁଡା ୪ ତୋୟାପୁଟ ୮ଟି ଓ କୁସୁମଗୁଡାରେ ଜଣଙ୍କର ଘର ଭାଙ୍ଗିଥିବା ରିପୋର୍ଟ ପହଞ୍ଚିଛିା

ପଞ୍ଚଡାର ପୁରୁଷୋତ୍ତମ ବିଷୋଇ ଓ ବୁର୍ଜାର ରୋହିତ ଖରାଙ୍କ ଘର ସଂପୂର୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଅନ୍ୟମାନେ ମଧ୍ୟ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ତହସିଲଦାର ସୁବାସ ଚନ୍ଦ୍ର ରୋଇତ ପ୍ରକାଶ କରିଛନ୍ତି, ଗୁରୁବାର ବର୍ଷା କମିବା ପରେ ତହସିଲ ଅଧିନରେ ଥିବା ଆର୍‌ଆଇ ଓ ଏଆର୍‌ଆଇ ମାନେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ କିଛି କିଛି ଗାଁରେ ପହଞ୍ଚି ରିପୋର୍ଟ ସଂଗ୍ରହ କରି ତହସିଲ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତିା ଗୁରୁବାର ସଂଧ୍ୟା ସୁଧା କିଛି କର୍ମଚାରୀ ପହଞ୍ଚି ନଥିବା କାରଣରୁ ଘରଭଙ୍ଗା ସଂଖ୍ୟା ଅଧିକ ହୋଇପାରେ ବୋଲି ତହସିଲଦାର ସୂଚନା ପ୍ରଦାନ କରିଛନ୍ତିା

ଯେଉଁମାନେ ତହସିଲ୍‌ କାର୍ଯ୍ୟାଳୟରେ ଆସି ପହଞ୍ଚିଛନ୍ତିି ସେମାନଙ୍କୁ ପଲିଥିନ୍‌ ପ୍ରଦାନ କରାଯାଇଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ସରକାରଙ୍କ ନିୟମ ମୁତାବକ ସଂପୂର୍ଣ ଘର ଭାଙ୍ଗି ଯାଇଥିବା ବ୍ୟକ୍ତିଙ୍କୁ ଏକ ଲକ୍ଷ ୨ ହଜାର ଓ ଆଂଶିକ ଘର ଭଙ୍ଗା ହୋଇଥିବା ପରିବାରକୁ ୩ହଜାର ୨ଶହ ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳଙ୍କୁ ଏନେଇ ଗୁରୁବାର ହିଁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ଗମମାଧ୍ୟମ କୁ ସୂଚନା ଦେଇଛନ୍ତିା

ସମ୍ବନ୍ଧିତ ଖବର