୯ ନାବାଳକ ଉଦ୍ଧାର

ଜୟପୁର: ଜୟପୁର ଟାଉନ ଓ ମହିଳା ପୁଲିସ ପକ୍ଷରୁ ପରି-୨ ଅଭିଯାନରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯ ଜଣ ଶିଶୁ ଶ୍ରମିକକୁ ଉଦ୍ଧାର କରିଛନ୍ତି। ଏହି ନାବାଳକଙ୍କ ଅଧାର କାର୍ଡ ଯାଞ୍ଚ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଜି ସନ୍ଧ୍ୟାରେ ସହରର ବିଭିନ୍ନ ଗ୍ୟାରେଜ, େଓ୍ଵଲିଂଡି ଦୋକାନ, ଜଳଖିଆ ଦୋକାନ, ଫାଷ୍ଟଫୁଡ ସେଣ୍ଟର ଗୁଡିକରେ ପୁଲିସ ଚଢ଼ାଉ କରି ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଏହି ନାବାଳଙ୍କ ବୟସ ୧୨ରୁ ୧୭ବର୍ଷ ମଧ୍ୟରେ ରହିଛି। ଏହି ଅଭିଯାନରେ ଏସ୍‌ଆଇ ଏସ.ଏସ୍‌ ଲୁଗୁନ, ମିଲନ ମଜୁମାଦରଙ୍କ ସମେତ ଦୁଇଟି ଥାନାର ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର