ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା: ଅଟୋରେ ପାଣି ଆଣି ରୋଷେଇ ହୁଏ ମଧ୍ୟାହ୍ନ ଭୋଜନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ଗୌଡଗୁଡା ଆଦର୍ଶ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ବିସ୍କୁଟ ପ୍ରଦାନ ଖବର ବିଭିନ୍ନ ଗଣମାଧ୍ୟାମରେ ପ୍ରକାଶ ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ବୁଧବାର ବାଧ୍ୟହୋଇ ୨ କିଲୋମିଟର ଦୂରରେ ଥିବା ଗୌଡଗୁଡା ଗାଁରୁ ଏକ ଆଟୋ ଯୋଗେ ପାଣି ଅଣାଯାଇ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଇଥିବା ଜଣାପଡିଛିା ଏପରି ବ୍ୟବସ୍ଥା କିନ୍ତୁ ସ୍ଥାୟୀ ବ୍ୟବସ୍ଥା ନୁହଁ ଓ ଅଧିକ ଖର୍ଚ୍ଚାନ୍ତ ହୋଇଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପାଣି ମିଳିପାରିନଥିବା ଜଣାପଡିଛି। ଏପରିକି ଛାତ୍ରଛାତ୍ରୀ ମାନେ ଖାଇ ସାରିବା ପରେ ଥାଳି ଗୁଡିକ ସଫା କରିବା ସକାଶେ ମଧ୍ୟ ପାଣି ମିଳିନଥିବା ଅଧ୍ୟକ୍ଷା ଶୁଭଶ୍ରୀ ନାୟକ ପ୍ରକାଶ କରିଛନ୍ତିା

ଗୌଡଗୁଡା ଆଦର୍ଶ ବିଦ୍ୟାଳୟରେ ପ୍ରାୟ ୩ ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ନିତିଦିନ ପ୍ରାୟ ୨ଶହରୁ ଅଧିକ ମଧ୍ୟାହ୍ନ ଭୋଜନ ଖାଇଥାନ୍ତି। ଗତ ପାଞ୍ଚଦିନ ହେଲା ସ୍କୁଲ୍‌ କ୍ୟାସ ମଧ୍ୟରେ ରହିଥିବା ଟ୍ରାନ୍‌ସଫରମର ପୋଡିଯାଇଥିବା କାରଣରୁ ବିଦ୍ୟୁତ୍‌ ବ୍ୟବସ୍ଥା ଅଚଳ ହୋଇପଡିଛିା ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ଓ ନିଜ ଶିକ୍ଷାବିଭାଗକୁ ଏନେଇ ବାରମ୍ବାର କହିବା ସତ୍ୱେ ଟ୍ରାନସଫର୍ମର ଲଗାଯାଇପାରୁ ନଥିବାରୁ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରୁ ମଙ୍ଗଳବାର ବଞ୍ଚିତ ହୋଇ ବିସ୍କୁଟ ଖାଇ ରହିଯାଇଥିଲୋ ଆଜି ଅସ୍ଥାୟୀ ଭାବେ ଅଟୋରେ ପାଣି ଆଣି ମଧ୍ୟାହ୍ନ ଭୋଜନ ରନ୍ଧାଜାଇ ଥିଲାା କିନ୍ତୁ ଏତେ ଦୂରରୁ ପାଣି ଆଣିବା ସମ୍ଭବ ନୁହେଁ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଥିବା ବେଳେ ତୁରନ୍ତ ୪ଶହ ଛାତ୍ରଛାତ୍ରୀ ସକାଶେ ଅତ୍ୟନ୍ତ ୨ଟି ହ୍ୟାଣ୍ଡ ଟ୍ୟୁବର ବ୍ୟବସ୍ଥା କରାଯିବା ସକାଶେ ଅଭିଭାବକ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର