ମଧ୍ୟାହ୍ନ ଭୋଜନ: ବୁର୍ଜା ଆଶ୍ରମ ସ୍କୁଲର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଭାତ ବଦଳରେ ଦିଆଯାଉଛି ପାଉଁରୁଟି

ରୋଷେଇ ପାଇଁ ଦୁଇ ମହିଳା ଏସ୍‌ଏଚ୍‌ଜି ମଧ୍ୟରେ ଚାଲିଛି ଗୋଷ୍ଠୀ ବିବାଦ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ଆଶ୍ରମ ସ୍କୁଲରେ ଦୁଇ ମହିଳା ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଦେଖାଯାଇଛି। ଫଳରେ ଏଠାରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ବିବାଦ ମାମଲା ଶେଷରେ ଛାତ୍ର ଛାତ୍ରୀଙ୍କ ଉପରେ ପଡିଛିା ଏହା ଦିନେ ନୁହେଁ କି ଦି ଦିନର ଘଟଣା ନୁହେଁ। ଏହି ସମସ୍ୟା ଗତ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଲାଗି ରହିଛି। ତଥାପି ସ୍ଥାୟୀ ସମାଧାନର ରାସ୍ତା ବାହାରି ପାରୁ ନାହିଁ। ଆଶ୍ରମ ସ୍କୁଲର ୫ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଖଣ୍ଡିଏ ଲେଖାଏ ପାଉଁରୁଟି ଖାଇ ରହିବାକୁ ପଡିଛିା

ଖବର ହସ୍ତଗତ ହେବା ପରେ ଆମ ଲକ୍ଷ୍ମୀପୁର ପ୍ରତିନିଧି ବୁର୍ଜା ଆଶ୍ରମ ସ୍କୁଲ୍‌ରେ ପହଞ୍ଚିଥିଲେ। ଆଶ୍ରମ ସ୍କୁଲରେ ପହଞ୍ଚି ଦେଖିବା ବେଳକୁ ବୁର୍ଜା ଗାଁର କିଛି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିିଷ୍ଟ ରୋଷେଇ ଘରେ ଚୁଲି ନିକଟରେ ବସି ରହିଥିଲେ। ଏପରିକି ଯେଉଁ ମହିଳା ସ୍ୱୟ ସହାୟକ ଗୋଷ୍ଠୀ ରୋଷେଇ ପାଇଁ ନିର୍ଦେଶ ରହିଛି ସେହି ଗୋଷ୍ଠୀକୁ ସେମାନେ ଛାଡୁ ନଥଲେ। ଲକ୍ଷ୍ମୀନାରାୟଣ ଗ୍ରୁପ୍‌କୁ ରୋଷେଇ ପାଇଁ ଗତ ଜାନୁୟାରିରୁ ଡିଡବ୍ଲ୍ୟଓଙ୍କ ଦ୍ୱାରା ନିର୍ଦେଶ ରହିଛି। ସେହି ଗ୍ରୁଫ ବୁଧବାର ରୋଷେଇ କରି ନପାରି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପାଉଁରୁଟି ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର