ପ୍ରାର୍ଥିପତ୍ର ନାକଚ ପରେ ଉତ୍ତେଜନା:ମୁଖ୍ୟ ଫାଟକରେ ତାଲା, ଟାୟାର ଜାଳି ପ୍ରତିବାଦ

ଜୟପୁର: ଛାତ୍ର ସ˚ସଦ ନିର୍ବାଚନରେ ନାମାଙ୍କନ ପତ୍ର ନାକଚକୁ କେନ୍ଦ୍ରକରି ସ୍ଥାନୀୟ ବିକ୍ରମ ଦେବ କଲେଜ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀ ଟାୟାର ଜାଳି ପ୍ରତିବାଦ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଏପରିକି ମହିଳା ମହାବିଦ୍ୟାଳୟରେ ଅଧୢକ୍ଷାଙ୍କୁ ଛାତ୍ରୀମାନେ ଅଟକ ରଖିଥିଲେ। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।
ଛାତ୍ର ସ˚ସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଆଜି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିବା ବେଳେ ବହୁ ଜଣଙ୍କ ନାଁ ନଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ମହିଳା ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିକ୍ରମ ଦେବ କଲେଜର ସଭାପତି ପାଇଁ ୭ଜଣ ଓ ସାଧାରଣ ସ˚ପାଦକ ପାଇଁ ୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲା। ତେବେ ଚୂଡ଼ାନ୍ତ ତାଲିକାରେ ସଭାପତି ପଦବି ପାଇଁ ୩ ଏବଂ ସାଧାରଣ ସଂପାଦକ ପଦବି ପାଇଁ ୩ଜଣ ପ୍ରାର୍ଥୀଙ୍କ ନାଁ ରହିଥିଲା। ସଭାପତି ପଦବି ପାଇଁ ପୀୟୂଷ ପଟ୍ଟନାୟକ, ରାମଚନ୍ଦ୍ର ହରିଜନ ଓ ସନ୍ଦୀପ କୁମାର ମଲ୍ଲିକ ପ୍ରାର୍ଥୀ ରହିଥିବା ବେଳେ ଅନ୍ୟମାନଙ୍କ ନାଁ ବିଭିନ୍ନ କାରଣରୁ କଟି ଯାଇଥିଲା। ସେହିପରି ଉପସଭାପତି ପଦବିରେ ନାମାଙ୍କନ ଦାଖଲ କରିଥିବା ଅରୁଣା ହରିଜନ ଓ ଚନ୍ଦନ କୁମାର ସାହୁଙ୍କ ପ୍ରାର୍ଥିପତ୍ର ମଧୢ ନାକଚ୍‌ ହୋଇଛି।

ସାଧାରଣ ସ˚ପାଦକ ପାଇଁ ବାସନ୍ତୀ ଖରା, ପାଲାକି ଭାରତ କୁମାର, ସୁମନ କୁମାର ସାହୁଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ବେଳେ ଗୋଟିଏ ନାମାଙ୍କନ ନାକଚ ହୋଇଛି। ସହକାରୀ ସଧାରଣ ସ˚ପାଦକ ପାଇଁ ଭାରତ ଅଗ୍ରଵାଲ ଓ ରାହୁଲ ମାଝି ପ୍ରାର୍ଥୀପତ୍ର କାଏମ ରହିଛି। ନାଟ୍ୟ ସଂସଦ ସ˚ପାଦକ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ସୁନୀଲ ନାହକ, ପି.ମଣିକଣ୍ଠା ଏବ˚ କ୍ରୀଡ଼ା ସଂସଦ ସ˚ପାଦକ ନିମନ୍ତେ ଅଭିଜିତ ବିଷୋୟୀ, ବିଶ୍ବନାଥ କିର୍ଷାନୀ, ବି.ଦିବ୍ୟଶାନ୍ତି ଓ ଜଗନ୍ନାଥ ହରିଜନ ପ୍ରାର୍ଥୀପତ୍ର ନାକଚ ହୋଇଛି। ଏହାପରେ କଲେଜରେ ଅଶାନ୍ତି ସୃଷ୍ଟି ହୋଇଥିଲା। ପ୍ରାର୍ଥୀ ଓ ସମର୍ଥକମାନେ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଅନ୍ୟପକ୍ଷରେ ସରକାରୀ ମହିଳା କଲେଜର କେବଳ ସଭାନେତ୍ରୀ ଓ ଉପସଭାନେତ୍ରୀ ପଦରେ ଲଢେଇ ହେବ ବୋଲି ଜଣାପଡିଛି। ଗତକାଲି ସଭାନେତ୍ରୀ ପଦ ପାଇଁ ସନ୍ଧ୍ୟାରାଣୀ ସୂର୍ଯ୍ୟ, ଝୁନୁ ହରିଜନ ଓ ନମିତା ଚୌହାନ ପ୍ରାର୍ଥିପାତ୍ର ଦାଖଲ କରିଥିବା ବେଳେ ଆଜି ଝୁନୁଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ଉପସଭାନେତ୍ରୀ ପଦ ନିମନ୍ତେ ଆରତୀ ପ୍ରଧାନ ଓ ରଶ୍ମିତା ମହାନ୍ତି, ସାଧାରଣ ସ˚ପାଦିକା ଭାବେ ମେଘାଶ୍ରୀୟା ନାୟକଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ଝୁନୁ ହରିଜନ ନିର୍ଦ୍ବନ୍ଦରେ ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଛି। ଏହାପରେ ଅନ୍ୟ ପ୍ରାର୍ଥୀମାନେ ନାକଚକୁ ନେଇ ପ୍ରଶ୍ନ ଉଠାଇଥିଲେ। ଦୀର୍ଘ ସମୟ ଧରି ଗେଟରେ ତାଲା ପକାଇଥିବାବେଳେ ଟାୟାର ଜାଳି ପ୍ରତିବାଦ କରିଥିଲେ।
ବିକ୍ରମଦେବ କଲେଜରେ ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଥିଲା। ଆଜି କଲେଜରେ ଇଣ୍ଟରନାଲ ପରୀକ୍ଷା ହେବାର ଥିଲା। ୧୨ଟା ଓ ୨ଟାରେ ଦୁଇଟି ସିଟି˚ରେ ଏହି ପରୀକ୍ଷା ଥିଲା। କିନ୍ତୁ ଗଣ୍ତଗୋଳକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିଥିଲେ କର୍ତୃପକ୍ଷ। ତେବେ ଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବାରୁ ହଜାର ହଜାର ଛାତ୍ରଛାତ୍ରୀ ଘରକୁ ଫେରି ପାରି ନ ଥିଲେ। ଦିନ ୧୧ଟାରୁ ମୁଖ୍ୟ ଫାଟକରେ ତାଲା ପଡିଥିଲା। ବାହାରକୁ ଯାଇ ନ ପାରି ବହୁ ଛାତ୍ରୀ ଅଧୢକ୍ଷାଙ୍କ ନିକଟରେ ଅଭିଯୋଗ କରିଥିଲେ। ଅପରାହ୍ନ ୩ଟା ପରେ ଅଧୢକ୍ଷା ପୁଲିସ୍‌ ସହାୟତାରେ ତାଲା ଭାଙ୍ଗିବା ପରେ ଛାତ୍ରଛାତ୍ରୀ ଘରକୁ ଫେରିଥିଲେ। ତେବେ ଆନ୍ଦୋଳନ ଚଳାଇଥିବା ଛାତ୍ରଛାତ୍ରୀଙ୍କ ରାଗ ଥଣ୍ତା ପଡି ନ ଥିଲା। ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ କଲେଜ ସମ୍ମୁଖରେ ବସି ରହିଥିଲେ।

ସମ୍ବନ୍ଧିତ ଖବର