କୋରାପୁଟ: କ୍ୟାଣ୍ଡେଲ୍‌ ର‍୍ୟାଲିରେ ସାମିଲ୍‌ ହେଲେ ଜନସାଧାରଣ, ସହିଦଙ୍କୁ ଦେଲେ ଶ୍ରଦ୍ଦାଞ୍ଜଳି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଜାତି ଧର୍ମ ବର୍ଣ ନିର୍ବିଶେଷରେ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ବୟୋଜ୍ୟଷ୍ଠ, ସାଧାରଣ ଜନସାଧାରଣ ସହିଦ୍‌ଙ୍କୁ ଶ୍ରଦ୍ଦାଞ୍ଜଳି ଦେବା ସକାଶେ ଶନିବାର ସଂଧ୍ୟାରେ ଆଗେଇ ଆସିଛନ୍ତି। ସମସ୍ତଙ୍କ ହାତରେ ଥିଲା ଖଣ୍ଡିଏ ଖଣ୍ଡିଏ କ୍ୟାଣ୍ଡେଲ। ଆମ୍ବେଦକର ଛକରୁ କ୍ୟାଣ୍ଡେଲ୍‌ ଜାଳି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ରହିବା ପରେ ପୁଣି ନୂଆବସଷ୍ଟାଣ୍ଡର ଦୁର୍ଗାମଣ୍ଡପ ଠାରେ ପହଞ୍ଚି ସହିଦଙ୍କ ଫଟୋଚିତ୍ରରେ କ୍ୟାଣ୍ଡେଲ୍‌ ସହ ଦିପ ପ୍ରଜ୍ୱଳନ କରି ସହିଦଙ୍କୁ ଶ୍ରଦ୍ଦାଞ୍ଜଳି ଅର୍ପଣ କରିଥିଲୋ କ୍ୟାଣ୍ଡେଲ୍‌ ର‍୍ୟାଲି ସମୟରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ସମସ୍ତଙ୍କ ପାଟିରେ ଥିଲା ଭାରତ ମାତା କି ଜୟ, ବନ୍ଦେ ମାତାରମ୍‌, ସହିଦ୍‌ ଯବାନ ଅମର ରହେ।

ହିନ୍ଦୁସ୍ତାନ ଜିନ୍ଦାବାଦ୍‌ ଓ ପାକିସ୍ତାନ ମୁର୍ଦ୍ଦାବାଦ୍‌, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଖାନ୍‌ ମୁର୍ଦ୍ଦାବାଦ୍‌ ସ୍ୱର ମଧ୍ୟ ଲୋକେ କହିଥିଲୋ ର‍୍ୟାଲିରେ କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ କୁମାର ଶତପଥୀ, ପ୍ରକାଶ ସେନାପତି, ଗୋଲକ ଚନ୍ଦ୍ର ଲେଙ୍କା, ଶତାଧିକ କଲେଜ୍‌ ଓ ସାଙ୍ଗାନା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ବୟୋଜ୍ୟଷ୍ଠ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଲକ୍ଷ୍ମୀପୁରର ଶହ ଶହ ଜନସାଧାରଣ ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲୋ ସେହିପରି ଶନିବାର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକ ବିରାଟ ରାଲିରେ ଯୋଗଦେଇ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଦାଞ୍ଜଳି ଦେଇଥିଲେ।

ସମ୍ବନ୍ଧିତ ଖବର