ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ

ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ପୁଟୁରା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଥାନାରେ ୫୪/୧୮ ନମ୍ବରରେ ମାମଲା ରୁଜୁ ହୋଇଥିବା ତଦନ୍ତ ଅଧିକାରୀ ଏଏସ୍‌ଆଇ ଦୁର୍ଗା ପ୍ରସାଦ ବ୍ରହ୍ମା କହିଛନ୍ତି। ପୁଲିସ କହିବାନୁଯାୟୀ, ଗତ ୧୧ ତାରିଖ ବିଳମ୍ବିତ ରାତିରେ ମହିଳା ଜଣକ ଘରେ ଥିବା ବେଳେ ସ୍ୱାମୀ ଚାଷ ଜମିକୁ କୌଣସି କାମରେ ଯାଇଥିଲେ। ଏହାର ସୁଯୋଗ ନେଇ ସେହି ଗାଁର ଜଣେ ଯୁବକ କବାଟ ବାଡ଼େଇଥିଲେ। ସ୍ୱାମୀ ଫେରିଥିବା ଅନୁମାନ କରି ମହିଳା ଜଣକ କବାଟ ଖୋଲି ଦେଇଥିବା ବେଳେ ଅଭିଯୁକ୍ତ ଯୁବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ସେହି ସମୟରେ ମହିଳାଙ୍କ ସ୍ୱାମୀ ପହଞ୍ଚି ପାଟି କରିବାରୁ ଅଭିଯୁକ୍ତ ଦୌଡି ପଳାଇଥିଲା। ଏହାପରେ ଥାନାରେ ଅଭିଯୋଗ ନଦେବା ପାଇଁ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ। ତଥାପି ମହିଳା ଜଣକ ମହିଳା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର