କୋରାପୁଟ: ୮ ଦଫା ଦାବି ନେଇ ଦ୍ୱିତୀୟ ଦିନରେ ପହଞ୍ଚିଲା ବିଧାୟକଙ୍କ ଧାରଣା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ୮ଦଫା ଦାବି ନେଇ ଦେଇଥିବା ଧାରଣା ମଙ୍ଗଳବାର ୨ୟ ଦିନରେ ପହଞ୍ଚିଛି। ଓଡିଶା ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଥିଲେ ବି ବିଧାୟକ କୁଲେସିକା ଏଥିରେ ଯୋଗଦେଇ ନାହାନ୍ତି। ନିର୍ବାଚନ ମଣ୍ଡଳୀର ୮ଦଫା ଦାବି ନେଇ ସେ ଆମ୍ବେଦକର ଛକଠାରେ ଧାରଣାରେ ବସି ରହିଛନ୍ତିିା

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧୁଗାଁ, ଦଶମନ୍ତପୁର, ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକ ପାଇଁ ୮ ଗୋଟି ଦାବି କରିଛନ୍ତି। ଆମ୍ବେଦକର ଛକ ସମ୍ମୁଖରେ ବିଧାୟକ ୨ଦିନ ହେଲା ଧାରଣାରେ ବସି ରହିଛନ୍ତିା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାକୁ ସବଡିଭିଜ ମାନ୍ୟତା ଦେବା ସହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସ୍ଥାପନ, ଲକ୍ଷ୍ମୀପୁର ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରିବା, ଦଶମନ୍ତପୁର ବ୍ଲକର ମୁରାନ୍‌ ଡ୍ୟାମ୍‌ରେ ଝୁଲା ପୋଲ ନିର୍ମାଣ ଦାବି କରିଛନ୍ତି।

ସେହିଭଳି ସମସ୍ତ ବ୍ଲକର ଅନେକ ସ୍କୁଲରେ ଖାଲି ଥିବା ଶିକ୍ଷକ ପଦବି ପୁରଣ କରିବା, ଯେଉଁ ଗ୍ରାମପଞ୍ଚାୟତ ମାନଙ୍କରେ ବର୍ତ୍ତର୍ମାନ ସୁଧା ଟେଲିଫୋନ୍‌ର ବ୍ୟବସ୍ଥା ହୋଇନାହିଁ ସେଠାରେ ଶୀଘ୍ର ମୋବାଇଲ୍‌ ଟାଓ୍ଵାର ସ୍ଥାପନ କରିବା, କୋଡିଙ୍ଗା ମାଳି ଖଣିଖନନରେ ଏସଆଇଏସ୍‌ ଭଳି ସଂସ୍ଥା ଲାଞ୍ଚ ନେଇ ନିଯୁକ୍ତି ଦେବା ଭଳି ସଂସ୍ଥାକୁ ବାହାର କରି ଲାଞ୍ଚ ଟଙ୍କା କୁ ତୁରନ୍ତ ଫେରସ୍ତ କରିବା, ଏନ୍‌ ବିସିସିକୁ ମିଳିଥିବା ୧୬୯ଟି ସଡକ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଜଳସେଚନ ପାଇଁ ଚିନ୍ତାଗୁଡା ଠାରେ ଏକ ବଡ ଡ୍ୟାମ ନିର୍ମାଣ କରିବା ନେଇ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର