ଶୋଚନୀୟ ରାସ୍ତା: ମା’ଗୃହକୁ ଆସି ପାରିଲେନି ଗର୍ଭବତୀ ମହିଳା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି କୁତ୍‌କାଝୋଲା ଗାଁ। ଗାଁରେ ପ୍ରାୟ ୩୦ଟି ଆଦିବାସୀ ପରିବାର ରହୁଥିବା ବେଳେ ସେମାନଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ତାା ଦୀର୍ଘ ଦିନ ହେଲା ରାସ୍ତା ଖଣ୍ଡିଏ ହୋଇପାରୁନଥିବା କାରଣରୁ ଗ୍ରାମବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଶନିବାର ଲକ୍ଷ୍ମୀପୁରର ମା’ଗୃହର ସଦସ୍ୟ ଓ ସଦସ୍ୟା ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ସମୟ ଆସିଥିବା ଖବର ପାଇ ଗର୍ଭବତୀଙ୍କୁ ଆଣିବା ସକାଶେ କୁତ୍‌କାଝୋଲା ଗାଁକୁ ଯିବାକୁ ବାହାରିଥିଲେ। ଗାଁଁ ଠାରୁ କିଛି ଦୂରରେ ଆମୁଲାନ୍‌ସ ରଖି ଗାଁରେ ପହଞ୍ଚିଥିଲେ ଓ ଗର୍ଭବତୀ କୁ ଅଧାବାଟ ପର୍ଯ୍ୟନ୍ତ ଆଣିଥିଲେ କିନ୍ତୁ ରାସ୍ତା ଅତ୍ୟାଧିକ ଖରାପ ଥିବା କାରଣରୁ ପୁଣି ଗର୍ଭବତୀଙ୍କୁ ଗାଁରେ ଛାଡି ଚାଲିଆସିଥିଲୋ ଏପରି ସ୍ଥିତିରେ ଗର୍ଭବତୀ ଜଣକ ବର୍ତମାନ ଅପହଞ୍ଚ ସ୍ଥାନରେ ରହିଯାଇଥିବା ସେହି ଗାଁ ରେ ହିଁ ରହିଯାଇଥିବା ବେଳେ ପାଗ ଠିକ୍‌ ହେଲେ ଅଣାଯିବ ବୋଲି ଜଣା ପଡିଛିା କୁତ୍‌କାଝୋଲା ଗାଁରେ ଏର ଶୈବ ପୀଠ ରହିଥିବା ବେଳେ ରାସ୍ତା ଖରାପ ଯୋଗୁଁ ଚଳିତ ବର୍ଷ କାଉଡିଆ ମାନେ ମଧ୍ୟ ଯିବାକୁ ମନସ୍ଥ କରିନଥିଲେ।

ଲକ୍ଷ୍ମୀପୁର ପଞ୍ଚାୟତ ସମିତିର ବୁର୍ଜା ଗ୍ରାମପଞ୍ଚାୟତ ଅଦିନରେ ଏହି ଗାଁଟି ରହିଥିବା ବେଳେ ଏହା ସଂପୂର୍ଣ୍ଣ ଭାବେ ନାରାୟଣପାଟଣା ରାସ୍ତାର ଦୁର୍ଗମ ଅଞ୍ଚଳରେ ରହିଛିା ଗାଁ ଚତୁପାର୍ଶ୍ୱରେ ପାହାଡପର୍ବତ ଘେରି ରହିଥିବା ଗ୍ରାମବାସୀ ଜେଣତେଣ ଯିବା ଆସିବା କରୁଥିଲେ। ବର୍ତମାନ ଗତ କିଛିଦିନର ଲଗାଣ ବର୍ଷା ସାଙ୍ଗକୁ ଉକ୍ତ ରାସ୍ତାରେ ଏକ ବାଲି ବୋଝେଇ ଟ୍ରାକଟର କାଦୁଅରେ ଫସି ରହିଥିବା କାରଣରୁ ଗ୍ରାମବାସୀଙ୍କ ଯାତାୟତ କରିବା କଷ୍ଟକର ହୋଇଯାଇଛିା

ଏଠାରେ କାର୍ତ୍ତିକ ମାସ ଆସିଲେ ଶିବ ଭକ୍ତଙ୍କ ଭିଡ ଲାଗିଥାଏ କିନ୍ତୁ ପ୍ରଶାସନ ତରଫରୁ ରାସ୍ତା ଖଣ୍ଡିଏ ହୋଇପାରୁନଥିବା କାରଣରୁ ଗାଁର ଶୈବପୀଠ ମଧ୍ୟ ଅବହେଳିତ ହୋଇ ରହିଥିବା ବେଳେ ଗ୍ରାମବାସୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତା ଅନ୍ୟପକ୍ଷରେ ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ଗାଁକୁ ସଂଯୋଗ କରୁଥିବା ନୂତନ ଭାବେ ତିଆରି ହୋଇଥିବା ପୋଲ ପାଖର ଗାର୍ଡୱାଲ୍‌ ଟି ଭାଙ୍ଗି ପଡି ଯାଇଥିବା ବେଳେ ପୋଲ ଉପରେ ଆଣ୍ଠୁଏ କାଦୁଆ ଜମି ରହିଥିବା ଯୋଗୁଁ ଗ୍ରାମବାସୀ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛିା

ସମ୍ବନ୍ଧିତ ଖବର