ଜୟପୁରରେ ବୁଲା କୁକୁରଙ୍କ ଆତଙ୍କ:ଅଢ଼େଇ ଶହରୁ ଊର୍ଧ୍ବ ଜଣଙ୍କୁ କାମୁଡ଼ିଲେଣି 

ଜୟପୁର: ଜୟପୁର ସହର‌େର ରକ୍ତମୁଖା ହୋଇଛନ୍ତି ବୁଲା କୁକୁର ା ସୂର୍ଯ୍ୟ ଅସ୍ତ ହେବା ପରେ ଆତଙ୍କ ଖେଳାଉଛନ୍ତି। ଯାହାକୁ ଦେଖୁଛନ୍ତି ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି। ଟେକା, ପଥର ଫୋପାଡ଼ିଲେ ଖେଦି ଆସୁଛନ୍ତି। ବାଡ଼ି ଧରି ଗୋଡ଼ାଇଲେ ବି ଯାଉ ନାହାନ୍ତି। ଶହ ଶହ ସଂଖ୍ୟାରେ ପଲ ପଲ ହୋଇ ରାସ୍ତା ଗୁଡ଼ିକୁ ଏକ ପ୍ରକାର ଅକ୍ତିଆର କରିଥିବା ଦେଖିବାକୁ ମିଳିଛି।

ଜୟପୁର ଉପଖଣ୍ତ ଚିକିତ୍ସାଳୟରେ ଅଗଷ୍ଟ ମାସ ୧ତାରିଖରୁ ଆଜି ପର୍ଯ୍ୟନ୍ତ ୨୫୫ଜଣଙ୍କୁ କାମୁଡ଼ି ସାରିଲେଣି ବୁଲା କୁକୁର। ସେହିପରି ଚଳିତ ମାସରେ ୬୪ଜଣଙ୍କୁ କାମୁଡ଼ିଛନ୍ତି। ଗତ ୫ ଦିନ ମଧୢରେ ୨୭ରୁ ଅଧିକ ଜଣ ଇଂଞ୍ଜେକ୍ସନ ନେବାକୁ ମେଡିକାଲକୁ ଆସିଲେଣି। ତେଣୁ ଜୟପୁର ପୌରପାଳିକା ପକ୍ଷରୁ ଏହି ବୁଲା କୁକୁର ମାନଙ୍କୁ ଧରାଯାଇ ଅନ୍ୟତ୍ର ଛଡାଯିବା, ବନ୍ଧ୍ୟାକରଣ କରାଯିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ ବୋଲି ଦାବି ହେଲାଣି। କିନ୍ତୁ ଏପର୍ଯ୍ୟନ୍ତ ପୌରପାଳିକା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛିା

ସ୍ଥାନୀୟ ସୁରେନ୍ଦ୍ର ମଣ୍ତଳ କହିଛନ୍ତି ଯେ ସୋମବାର ଦିନ ସ୍କୁଲରୁ ଆସିଲା ବେଳେ ମାଡ଼ଗୋଳ ଲାଗିଥିଲେ ବୁଲା କୁକୁର। ସେଥିରୁ ଗେଟିଏ ହଠାତ ଆସି ତାଙ୍କ ଗୋଡକୁ କାମୁଡି ଦେଲା। ମାର୍କେଟ ଲାଇନର ବି.ଚିରଞ୍ଜୀବୀ କହିଛନ୍ତି ଯେ ଗତ ସପ୍ତାହରେ ରାତିରେ ଘରକୁ ଫେରୁଥିବା ବେଳେ ଗୋଟିଏ ମାଈ କୁକୁର ତାଙ୍କୁ କାମୁଡ଼ି ଦେଲା। ଘାସି ପରଜା କହିଛନ୍ତି ଯେ କାମ ସାରି ଫେରୁଥିବା ବେଳେ ସାହି ମୁଣ୍ତରେ କୁକୁରମାନେ ମାଡଗୋଳ ଲାଗିଥିଲେ। ଖଣ୍ତେ ଦୂରରେ ସେ ଥିଲି। ତଥାପି ତାଙ୍କୁ ଗୋଟିଏ କୁକୁର ଆସି କାମୁଡି ଦେଲା। ଏନେଇ ପୌର ନିବାର୍ହୀ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କିଛି କୁକୁରଙ୍କୁ ଧରାଯାଇ ଅନ୍ୟତ୍ର ଛଡାଯାଇଥିଲା। ଏବେ ସେମାନଙ୍କୁ ଧରି ଅନ୍ୟତ୍ର ଛଡାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର