ବଜାରରେ ନକଲି ଔଷଧ ବିକ୍ରି, କାର୍ଯ୍ୟାନୁଷ୍ଠାନ ଦାବି

ଜୟପୁର: ଗତ ସେପ୍ଟେମ୍ବର ୧୨ତାରିଖରୁ କେନ୍ଦ୍ର ସରକାର ୩୨୯ଟି କମ୍ପୋଜିସନର ଔଷଧକୁ ନିଷିଦ୍ଧ କରିଛନ୍ତି। ହେଲେ ଏବେ ବି ଏହି ଔଷଧ ଗୁଡିକ ମିଳୁଛି ଜୟପୁର ବଜାରରେ। ସରକାରୀ କଟକଣାକୁ ଫୁ କରି ଉଠାଇଛନ୍ତି ଔଷଧ ଦୋକାନୀ ଓ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନେ। ସରକାରଙ୍କ ନିରାମୟ କେନ୍ଦ୍ରରେ ବି ଏହି ଔଷଧ ମିଳୁଛି। ଜଣେ ବ୍ୟବସାୟୀଙ୍କୁ ଏସଂପର୍କରେ ପଚାରିବାରେ ସେ କହିଲେ ଔଷଧ ଜମା ହୋଇ ରହିଛି, ଫେରାଇଲେ କଂପାନି ନେଉନାହିଁ। ଏସଂପର୍କରେ ଡାକ୍ତରଙ୍କୁ ପଚାରିଲେ କହୁଛନ୍ତି ଏଥିରେ ଅସୁବିଧା ରହିଲା କେଉଁଠି, ଏହି ଔଷଧ ଖାଇଲେ ରୋଗୀ ସୁସ୍ଥ ହେଉଛି। ତେବେ ପ୍ରଶ୍ନ ଉଠୁଛି ଯେ କେନ୍ଦ୍ର ସରକାର ଏହି ସବୁ ଔଷଧ ଉପରେ ରୋକ କାହିଁକି ଲଗାଇଛି। ବେଆଇନ୍ ଭାବେ ବିକ୍ରୀ ହେଉଥିବା ଔଷଧ ଗୁଡିକର ଯାଂଚ କରାଯାଇ ବିକ୍ରୀ କରୁଥିବା ଦୋକାନିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର