ବିଦ୍ୟୁତ ଖୁଣ୍ଟରୁ ପଡି ଲାଇନ୍‌ମ୍ୟାନ୍‌ ଆହତ

ଲକ୍ଷ୍ମୀପୁର: ସାଉଥକୋ ଡିଭିଜନ୍‌ରେ ଠିକା କର୍ମଚାରୀ ଭାବେ ନିୟୋଜିତ ଥିବା ଜଣେ ଲାଇନ୍‌ମ୍ୟାନ୍‌ ଶନିବାର ସକାଳୁ ବିଦ୍ୟୁତ୍‌ ଖୁଣ୍ଟରୁ ପଡି ଆହତ ହୋଇଛନ୍ତିା ଆହତ କର୍ମଚାରୀ ଜଣକ ରମେଶ ଚନ୍ଦ୍ର ସେଠୀ। ଡାକ୍ତରଖାନାରେ ବିଦ୍ୟୁତ୍‌ ସଜାଡିବା ସକାଶେ ରମେଶଙ୍କ ସହ ଅନ୍ୟ ଦୁଇଜଣ ଲାଇନମ୍ୟାନ ଅନନ୍ତ ଦୋରା ଓ ଦୁର୍ଯ୍ୟଧନ ମୁଦୁଲି ମୁଖ୍ୟ ଷ୍ଟେଷନ୍‌ରୁ ବିଦ୍ୟୁତ୍‌ କାଟି ଡାକ୍ତରଖାନାରେ ପହଞ୍ଚିଥିଲୋ ଡାକ୍ତରଖାନା ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟରେ ଚଢି ମରାମତି କରିବାକୁ ଆରମ୍ଭ କରିବା ସମୟରେ ହଠାତ୍‌ ସେ ବିଦ୍ୟୁତ ସଂସ୍ପର୍ଷରେ ଆସି ତଳେ ରମେଶ ଦୁର୍ଯ୍ୟଧନଙ୍କ ଉପରେ ଛିଟିକି ପଡିଥିଲୋ

ବିଦ୍ୟୁତ କଟାଯାଇଥିବା ସତ୍ତ୍ୱେ କିପରି ଖୁଣ୍ଟରେ କର୍ମଚାରୀଙ୍କୁ ବିଦ୍ୟୁତ୍‌ ଆଘାତ ହେଲା ବୋଲି ପରେ ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ଯେ, ଡାକ୍ତରଖାନାରେ ଲାଗିଥିବା ଡିଜି(ବଡ ଜେନେରେଟର)ଷ୍ଟାଟିଂ ରହିଥିଲା ଓ ତାହା ବାଇପାସ୍‌ ହୋଇ ଡାକ୍ତରଖାନାର ବିଦ୍ୟୁତ ଖୁଣ୍ଟରେ ମଧ୍ୟ ବିଦ୍ୟୁତ ସଂଯୋଗୀକରଣ ହୋଇଯାଇଥିବା ଜଣାପଡିଥିଲାା

ରମେଶଙ୍କୁ ପ୍ରାଥମିକ ଚିକିତ୍ସା ପରେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାା ସେଠାରେ କର୍ମଚାରୀ ଜଣକ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ହୋଇ ଆହତ ହୋଇଥିବା ସହ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ କୋରାପୁଟ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଥିଲାା ଖବର ଶୁଣି ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ତୁଷାର କାନ୍ତ ରାଉତ ଯନ୍ତ୍ରୀ ଗୋପବନ୍ଧୁ ନାୟକଙ୍କ ସମେତ କର୍ମଚାରୀ ଓ ସଂର୍କୀୟ ଉପସ୍ଥିତ ହୋଇଥିଲୋ ବିଦ୍ୟୁତ ବିଭାଗ ତରଫରୁ ତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତିା

ସମ୍ବନ୍ଧିତ ଖବର