କଂଗ୍ରେସ ଛାଡ଼ିଲେ ପୂର୍ବତନ ଜିଲ୍ଲା ସଭାପତି

କୋରାପୁଟ : ଦୀର୍ଘ ଦିନର ସଂପର୍କ ତୁଟାଇ କୋରାପୁଟ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଓ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଅତିଥି ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ସେ କଂଗ୍ରେସ ଛାଡିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ନିକଟ ଭବିଷ୍ୟତରେ ଅନ୍ୟ କୌଣସି ଦଳରେ ଯୋଗ ଦେବା ନେଇ ସେ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ତେବେ, ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବିଚାର ବିମର୍ଷ କରି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର