ବଜାରରେ ବୁଲୁଛି ଜାଲ୍ ୫ଶହ ଓ ୨ହଜାର ଟଙ୍କିଆ ନୋଟ

ଜୟପୁର: ଜୟପୁର ସହରରେ ନକଲି ୫ଶହ ଓ ୨ହଜାର ଟଙ୍କିଆ ନୋଟ ବୁଲୁଥିବା ନେଇ ସୂଚନା ମିଳିଛି। ଅସଲି ନୋଟ ଭଳି ଦିଶୁଥିବା ଯୋଗୁଁ ନକଲି ନୋଟକୁ ଚିହ୍ନିବା କଷ୍ଟକର ହୋଇପଡିଥିବା କିଛି ବ୍ୟବସାୟୀ କହିଛନ୍ତି । ଆଜି ଏଭଳି ୨ଟି ନକଲି ନୋଟ ସ୍ଥାନୀୟ ଏକ ହୋଟେଲରେ ଜଣେ ଗ୍ରାହକ ଦେଇଥିବା ସୂଚନା ମିଳିଛି। ଗ୍ରାହକ ଜଣକ ବାହାରୁ ଆସିଥିବା ବେଳେ ତା ସହ କିଛି ଲୋକେ ହୋଟେଲରେ ମଧ୍ୟାହ୍ନ ଭୋଜନ କରିବା ପରେ ଏଭଳି ନୋଟ୍ ଦେଇଥିବା ହୋଟେଲ ପରିଚାଳକ କହିଛନ୍ତି। ହୋଟେଲ ପରିଚାଳକ  ନକଲି ନୋଟକୁ ଚହ୍ନିବା ପରେ ସଂପୃକ୍ତ ବ୍ୟକ୍ତି ଜଣକ ଅସଲି ନୋଟ ଦେଇ ନକଲିକୁ ନେଇ ଚମ୍ପଟ ମାରିଥିଲେ। ସେଭଳି ଆଜି ଏକ ବ୍ୟାଙ୍କକୁ ଜଣେ ବ୍ୟବସାୟୀ ଟଙ୍କା ଜମା କରିବାକୁ ଆସିଥିବା ବେଳେ ତାଙ୍କ ଟଙ୍କା ବିଡାରେ ଏକ ନକଲି ୫୦୦ ଟଙ୍କିଆ ନୋଟ ମିଳିଥିଲା। ତୁରନ୍ତ ନକଲି ନୋଟଟିକୁ ଚିରି ଦେବା ସହ ବ୍ୟାଙ୍କକୁ  ଟଙ୍କା ଆଣିବା ବେଳେ ଯାଞ୍ଚ କରି ଆଣିବାକୁ ପରାମର୍ଶ ଦିଆଯାଇଥିଲା।  ସହରରେ ନକଲି ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ବୁଲୁଥିବା ବେଳେ କିଛି ଛୋଟ ଦୋକାନକୁ ଟାର୍ଗେଟ କରାଯାଉଥିବା ସୂଚନା ମିଳିଛି। ତେବେ ଏଥିନେଇ ପୁଲିସ ନିକଟରେ କୌଣସି ଅଭିଯୋଗ ହେଉନଥିବା ଯୋଗୁଁ  ପୁଲିସ ବି ଅବଗତ ହୋଇପାରୁନାହିଁ। ଟଙ୍କା ଦେଣନେଣ ବେଳେ ନକଲି ନୋଟି ପ୍ରତି ସାବଧାନ ରହିବା ସହ ପୁଲିସ ପ୍ରଶାସନ ବି ଏ ଦିଗରେ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର