କଥା ହେବା ଆଳରେ ଫୋନ ନେଇ ଚମ୍ପଟ:୪ଦିନ ପରେ ଧରାହେଲା ଅଭିଯୁକ୍ତ

ଜୟପୁର: ଜରୁରି କଥା ହେବାର ଅଛି କହି ଫୋନ ମାଗିନେଲେ। ଏହାପରେ କଥା ହେବା ଆଳରେ କିଛି ଦୂରକୁ ଯାଇ ଫୋନ ଧରି ଚମ୍ପଟ ମାରିଲେ ଅଭିଯୁକ୍ତ। ୪ଦିନ ଧରି ଖୋଜାଖୋଜି କରିବା ପରେ ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଜୟପୁର ଟାଉନ ପୁଲିସ।
ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ମାଥିଲି ଅଞ୍ଚଳର ଭୀମ ଖରା ଜୟପୁର ସହରକୁ କାମ କରିବାକୁ ଆସିଥିଲେ। ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ଛକ ନିକଟରେ ସେ ମୋବାଇଲ ଧରି ଠିଆ ହୋଇଥିଲେ। ଏହି ସମୟରେ ଉମୁରୀ ଅଞ୍ଚଳର ନିର୍ମଳ ଖରା ସେଠାରେ ପହଞ୍ଚି ଭୀମଙ୍କୁ ଜରୁରି କଥା ଅଛି ବୋଲି ଫୋନ ମାଗିଥିଲା। ବିଶ୍ୱାସ କରି ଭୀମ ଫୋନ ଦେଇ ଦେବାରୁ କଥା ହେବା ଆଳରେ କିଛି ଦୂରକୁ ଯାଇ ସେଠାରୁ ଚମ୍ପଟ ମାରିଥିଲା। ଏନେଇ ଭୀମ ଗତକାଲି ଟାଉନ ଥାନାରେ ଅଭିଯୋଗ ଦେବା ପରେ ୧୬୨/୧୮ ନମ୍ବରରେ ମାମଲା ରୁଜୁ ହୋଇଥିଲା। ତଦନ୍ତ କରୁଥିବା ବେଳେ ଆଜି ପାଓ୍ଵାର ହାଉସ କଲୋନି ନିକଟରେ ନିର୍ମଳ ଥିବା ପୁଲିସକୁ ଠୋସ୍‌ ତଥ୍ୟ ମିଳିଥିଲା। ଏହାପରେ ପୁଲିସ ଚଢାଉ କରି ଚୋରି ମୋବାଇଲକୁ ଜବତ କରାଯାଇଥିଲା। ଏହାପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ଏଏସ୍‌ଆଇ କୃପାଦନ ଖୋସଲା କହିଛନ୍ତି।

ସମ୍ବନ୍ଧିତ ଖବର