ଜୟପୁର: କୋରପୁଟ ଜିଲ୍ଲାର ବୈପାରୀଗୁଡ଼ା ଥାନା ଓ ସଦର ଥାନା ସୀମାର ପାତ୍ରପୁଟ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜୟପୁରରୁ ବୈପାରୀଗୁଡ଼ା ଅଭିମୁଖେ ଯାଉଥିବା କାର ବିପରୀତ ଦିଗରୁ ଧାନ ବୋଝେଇ ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୫ଜଣ ଗୁରୁତର ହୋଇଥିଲେ। ଜୟପୁରର ସୁମିତ ପଣ୍ଡା, ରାଜକିଶୋର ମହାନ୍ତି, ଆଦିତ୍ୟ ସାହୁ, ରୋହିତ ଦାସ ଓ ବୋରିଗୁମ୍ମାର ଶିବାଶିଷ ଗନ୍ତାୟତ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଃର୍ଘଟଣା ପରେ ସ୍ଥାନୀୟ ଲୋକଙ୍କର ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ୨ ଘଣ୍ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ହୋଇ ଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ୨ଟିକୁ ଉଦ୍ଧାର କରିଛି। ପରେ ଲୋକଙ୍କୁ ବୁଝାସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଛି।