ଗଞ୍ଜେଇ ଜବତ, ଜଣେ ଗିରଫ

ଲମତାପୁଟ:କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ ସାଢ଼େ ୫କେଜି ଗଞ୍ଜେଇ ଜବତ କରିବା ସହ ଚୋରା ଚାଲାଣ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତକାଲି ଲମତାପୁଟ ବ୍ଲକରେ ବନ୍ଦ ଡାକରା ଦିଆଯାଇଥିଲା। ତେଣୁ ଗାଡି ଚଳାଚଳ ବନ୍ଦ ରହିଥିଲା। କିନ୍ତୁ ଜଣେ ବ୍ୟକ୍ତି ସଗର ଛକ ନିକଟରେ ଗୋଟିଏ ବ୍ୟାଗ ଧରି ସନ୍ଦିଗ୍ଧ ଅବସ୍ଥାରେ ଗାଡିକୁ ଅପେକ୍ଷା କରିଥିବା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ମାଛକୁଣ୍ଡ ଥାନା ଅଧିକାରୀ ତପନ କୁମାର ନାହାକ ଓ ଜଲ୍ଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କ୍ରିସାନୀ ସଗର ଛକରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ। ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶର ସାଜି ଥାନା ଅଞ୍ଚଳର ନିରୋଜ କୁମାର ପ୍ରଜାପତି ବୋଲି ଜଣାଯାଇଛି। ସେ ଏଠାରୁ ଗଞ୍ଜେଇ ନେଇ ରାଜ୍ୟ ବାହାରକୁ ଯାଉଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର