ଜୟପୁରରୁ ସୁଙ୍କି ଚାଲାଣ ବେଳେ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

ଜୟପୁର: ପଡ଼ୋଶୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରୁ ଅବକାରୀ ଓ ପୁଲିସ ବିଭାଗର କର୍ମଚାରୀମାନେ ୩୦ ହଜାର ଗଞ୍ଜେଇ ଗଛ ନଷ୍ଟ କରିବା ପରେ ଶୁକ୍ରବାର ବିଏସ୍‌ଏଫ ଯବାନମାନେ ଜୟପୁର ଅଞ୍ଚଳରେ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କୋରପୁଟ ଜିଲ୍ଲା ଜୟପୁର ଠାରୁ ସୁଙ୍କି ଚାଲାଣ ହେଉଥିବା ବେଳେ ସୀମା ସୁରକ୍ଷା ବାହିନୀର ଯବାନମାନେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହିତ ୨ଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର