ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କାଲିମେଳା: ଜଣେ ୩ ବର୍ଷର ନାବାଳିକାକୁ ଜଣେ ୧୪ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ୪ଦିନ ତଳର ହୋଇଥିବା ବେଳେ ଆଜି ପୀଡ଼ିତାର ବାପା କାଲିମେଳା ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକାର ବିଭିନ୍ନ ସ୍ଥାନରେ ସଂକ୍ରମଣ ହେବାରୁ ପରିବାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନାବାଳିକାର ଡାକ୍ତରୀ ମାଇନା କରାଇବା ସହ ଘଟଣାର ତଦନ୍ତ କରୁଛି। ଏ ସଂପର୍କରେ କାଲିମେଳା ଥାନାରେ ଅଭିଯୁକ୍ତ ନାବାଳକ ବିରୁଦ୍ଧରେ ଥାନା କେସ ନଂ ୭୫/୧୭ରେ ଦଫା ୩୫୪(ବି) , ୮/୧୨ ପୋକ୍ସୋ ଧାରାରେ ଏକ ମାମଲା ରୁଜୁ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର