ଯୁବତୀଙ୍କ ସହ ଅସଦାଚରଣ ଅଭିଯୋଗ

0 120

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳର ଜଣେ ଯୁବତୀଙ୍କୁ ଘରେ ପଶି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଯୁବତୀଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ଥାନାରେ ୮୪/୧୮ ନମ୍ବରରେ ମାମଲା ରୁଜୁ ହୋଇଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ଶିବ ଶଙ୍କର ସାହୁ କହିଛନ୍ତି। ପୁଲିସ କହିବାନୁଯାୟୀ, ଗତାକଲି ପୂର୍ବାହ୍ନରେ ଗଙ୍ଗାନଗର ଅଞ୍ଚଳର ଜଣେ ଯୁବକ ନୂଆ ସାହି ଅଞ୍ଚଳରେ ଜଣେ ଯୁବତୀଙ୍କ ଘରେ ପଶି ଯାଇଥିଲେ। ଏହାପରେ ଯୁବତୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗକୁ ଭତ୍ତି କରି ମାମଲା ରୁଜୁ ହୋଇଥିବା ତଦନ୍ତ ଚାଲୁ ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.