ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର

ପଟାଙ୍ଗି: ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ମାଳିପୁଟ ପଞ୍ଚାୟତ ଅନ୍ତର୍ଗତ ସିପାଇପୁଟ ଗ୍ରାମର ଗୋଟିଏ ଘର ଭାଙ୍ଗି ଯାଇଛି। ରାତିରେ ଘରଟି ଭାଙ୍ଗିଥିବା ବେଳେ ପରିବାର ଲୋକ ଅଳ୍ପକେ ବର୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ସିପାଇପୁଟ ଗ୍ରାମର ଏଣ୍ଡୁ ମାଣିକ ପତ୍ନୀ କୁମାରୀ ଓ ମା’ଙ୍କ ସହ ରୁହନ୍ତି। ଗତକାଲି ରାତିରେ ଖାଇ ସାରିବା ପରେ ସମସ୍ତେ ଶୋଇ ପଡିଥିଲେ। ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏଣ୍ଡୁଙ୍କ ପୁରୁଣା ଆଜବେଷ୍ଟସ ଘର ଭାଙ୍ଗି ଯାଇଥିଲା। ଘର ଛାତ ଭାଙ୍ଗି ଏଣ୍ଡୁଙ୍କ ଉପରେ ପଡିଯାଇଥିଲା। ପରେ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଘର ଭିତରେ ପାଣି ପଶିଯିବାରୁ ଆସବାବପତ୍ର ନଷ୍ଟ ହୋଇଯାଇଛି। ଏହି ପରିବାରକୁ ପ୍ରଶାସନ ପକ୍ଷରୁ ଗୃହ ଯୋଗାଇ ଦିଆଯିବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗତ ଦିନରେ ଅଞ୍ଚଳବାସୀ ହୁଡ୍‌ହୁଡ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାତ୍ୟା ‘ଡାଏ’ ଆସିବା ଖବର ପ୍ରଚାର ହେବା ପରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର