କୋରାପୁଟ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ୨୦ ହଜାର ଟଙ୍କାର ଶାଳପଟା ଜବତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କେନ୍ଦୁପାଇ ଗାଁ ନିକଟରେ ଚାଷ କରାଯାଇଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ଅବକାରୀ ଓ ବନ ବିଭାଗ ପୋଡି ନଷ୍ଟ କରିଦେଇଛନ୍ତିା ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଥିଲେ ମଧ୍ୟ ଅଞ୍ଚଳଟି ନକ୍ସଲ ଅଧ୍ୟୁଷିତ ହୋଇଥିବା କାରଣରୁ ପୁଲିସ କିମ୍ବା ଅବକାରୀ ବିଭାଗ ଅଞ୍ଚଳରେ ପ୍ରବେଶ କରିପାରୁନଥିଲାା ବର୍ତମାନ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି କିଛି ମାତ୍ରାରେ କମିଥିବା ବେଳେ ଗତକିଛି ଦିନ ତଳେ ସଠିକ୍‌ ଖବର ହସ୍ତଗତ ହୋଇଥିଲା।

କୋରାପୁଟ ଅବକାରୀ ଅଧିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦେଶ କ୍ରମେ ଏକ ମୁଲ୍‌ଟି ଡିସିପ୍ଲିନାରୀ ସ୍କାର୍ଡ ଗଠନ କରାଯାଇ ଚଢାଉ କରାଯାଇଥିଲା, ଯେଉଁଥିରେ ଅବକାରୀ ଉପ-ଅଧିକ୍ଷକ ପ୍ରଦୀପ କୁମାର ଦାଶ, ଇନିସପେକଟର ମନମୋହନ ଧାଙ୍ଗଡା ମାଝି ଓ ସ୍ୱତନ୍ତ୍ର ସ୍କାର୍ଡ ପାର୍ଟି ସହ ଲକ୍ଷ୍ମୀପୁର ବନଖଣ୍ଡର ରେଞ୍ଜର କୁମାର ଖରା ଓ ବନବିଭାଗ କର୍ମଚାରୀ ରାତିଅଧିଆ ଚଢାଉ କରି ଜମିରେ ଲଗାଯାଇଥିବା ପ୍ରାୟ ୨ହଜାରରୁ ଅଧିକ ଗଛ ନଷ୍ଟ କରିବା ସହ ଅଧାରୁ ଅଧିକ ଗଛ ଗୁଡିକକୁ ପୋଡି ଦେଇଥିଲୋ

ଗଞ୍ଜେଇ ଚାଷ ରେ ସୃଂକ୍ତ ଥିବା ଅବକାରୀ ବିଭାଗ ଦ୍ୱାରା ପ୍ରକାଶ କରାଯାଇଥିବା ବେଳେ ଆଜି ଦୁଇ ଜଣଙ୍କୁ ଗିରଫ କରି ନିଆଯାଇଥିଲାା ଗିରଫ ଙ୍କ ମଧ୍ୟରେ ଇଶ୍ୱର ମାଣ୍ଡିଙ୍ଗା ଓ ଗୋବରି ମାଣ୍ଡିଙ୍ଗା ରହିଥିବା ବେଳେ ସେମାନଙ୍କ ଘରେ ଗଞ୍ଜେଇ ଥିବ ଭାବି ଘର ସର୍ଚ କରାଯିବା ପରେ ସେମାନଙ୍କ ଘରୁ ବିପୁଳ ପରିମାଣରେ ସାଇଜ୍‌ କାଠ ସହ କାଠ ଦଣ୍ଡା ଗୁଡିକ ମିଳିଥିଲାା ପରେ ଏଗୁଡିକକୁ ଲକ୍ଷ୍ମୀପୁର ବନବିଭାଗ ସିଜ୍‌ କରି କାର୍ଯ୍ୟାଳୟକୁ ଆଣିଥିଲା ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୨୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ରେଞ୍ଜର ଖରା ପ୍ରକାଶ କରିଛନ୍ତିା ଚଢାଉରେ କୋରାପୁଟ ଡିଏସ୍‌ଏସ୍‌ ସୋମନାତ ବାଘ, ସଦର ଅବକାରୀ ଏସଆଇ ବିବେକନନ୍ଦ ତରାଇ, ଜୟପୁର ଅବକାରୀ ଇନିସପେକଟର ତେଜରାଜ ଜାନି, ଲକ୍ଷ୍ମୀପୁର ଅବକାରୀ ଇନିସପେକଟର ଦୟାନନ୍ଦ, ରାଜସ୍ୱ ଅଧିକାରୀ ଦେବପ୍ରସାଦ ପଣ୍ଡା, ଫରେଷ୍ଟର ପୁର୍ଣଚନ୍ଦ୍ର କଲେକା, କେସବ ସାହୁଙ୍କ ସମେତ ବନକର୍ମଚାରୀ ଓ ଅବକାରୀ ବିଭାଗର ଅନେକ କର୍ମଚାରୀ ଉପସ୍ଥିତ ରହିଥିଲୋ

ସମ୍ବନ୍ଧିତ ଖବର