ଦୁଇଦିନ ଧାରଣା ଦେବା ପରେ ୩ୟ ଦିନରେ ବିଧାୟକଙ୍କ ଆମରଣ ଅନଶନ ଆରମ୍ଭ

ଲକ୍ଷ୍ମୀପୁର: ଆଠ ଦଫା ଦାବି ନେଇ ଦୁଇ ଦିନ ଧାରଣା ଦେବା ପରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ବୁଧବାର ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଆମ୍ବେଦକର ଛକ ସମ୍ମୁଖରେ ସୋମବାର ଠାରୁ ବିଧାୟକ ଧାରଣାରେ ବସି ରହିଥିଲେ। ଦୁଇଦିନ ଧରି ଧାରଣା ଦେବାପରେ ସରକାରଙ୍କ ତରଫରୁ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ କେହି ସାକ୍ଷାତ କରିବା ତ ଦୂରର କଥା ଫୋନ ମାଧ୍ୟମରେ ମଧ୍ୟ କେହି ପଚାରି ନଥିଲୋ ବର୍ତମାନ ବିଧାୟକ ତୃତୀୟ ଦିନରେ ଅର୍ଥାତ୍‌ ବୁଧବାର ଠାରୁ ସେ ଆମରଣ ଅନସନରେ ବସି ରହିଛନ୍ତିା ଅନ୍ୟପଟେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଓଡିଶା ବିଧାନସଭାର ମୌସୁମୀ ଅଧିବେସନ କିନ୍ତୁ ମୌସୁମୀ ଅଧିବେଶନକୁ କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଯୋଗନଦେଇ ନିର୍ବାଚନ ମଣ୍ଡଳୀର ୮ ଦଫା ଦାବି ନେଇ ଆମ୍ବେଦକର ଛକ ଠାରେ ଅନସନରେ ବସି ଦାବି ପୂରଣ ସକାଶେ ଅଡି ରହିଛନ୍ତିା

ସୋମବାର ଠାରୁ ଏହି ଧାରଣା ଆରମ୍ଭ ହୋଇଥିବା ବେଳେ ବୁଧବାର ଏହା ତୃତୀୟ ଦିନ ରେ ପହଞ୍ଚିଥିଲା । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୪ ଗୋଟି ବ୍ଲକ ଯଥା ବନ୍ଧୁଗାଁ ଦଶମନ୍ତପୁର ଲକ୍ଷ୍ମୀପୁର ଓ ନାରାୟଣପାଟଣାର ୮ଗୋଟି ଦାବିକୁ ନେଇଁ ଆମ୍ବେଦକର ଛକ ସମ୍ମୁଖରେ ବିଧାୟକ ୩ ଦିନ ହେଲା ବସି ରହିଛନ୍ତିା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାକୁ ସବଡିଭିଜନାଲ୍‌ର ମାନ୍ୟତା ଦେବା ସହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସ୍ଥାପନ, ଲକ୍ଷ୍ମୀପୁର ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରିବା, ଦଶମନ୍ତପୁର ବ୍ଲକର ମୁରାନ୍‌ ଡ୍ୟାମ୍‌ରେ ଝୁଲା ପୋଲ ନିର୍ମାଣ, ସମସ୍ତ ବ୍ଲକର ଅନେକ ସ୍କୁଲରେ ଖାଲି ଥିବା ଶିକ୍ଷକ ପଦବୀ ପୁରଣ କରିବା, ଯେଉଁ ଗ୍ରାମପଞ୍ଚାୟତ ମାନଙ୍କରେ ବର୍ତମାନ ସୁଧା ଟେଲିଫୋନ୍‌ର ବ୍ୟବସ୍ଥା ହୋଇନାହିଁ ସେହି ଗ୍ରାମପଞ୍ଚାୟତ ଗୁଡିକରେ ଶୀଘ୍ର ମୋବାଇଲ୍‌ ଟାଓ୍ଵାର ସ୍ଥାପନ କରିବା, କୋଡିଙ୍ଗା ମାଳି ଖଣିଖନନରେ ଏସଆଇଏସ୍‌ ଭଳି ସଂସ୍ଥା ଲାଞ୍ଚ ନେଇ ନିଯୁକ୍ତି ଦେବା ଭଳି ସଂସ୍ଥାକୁ ବାହାର କରି ଲାଞ୍ଚ ଟଙ୍କା କୁ ତୁରନ୍ତ ଫେରସ୍ତ କରିବା,ଏନ୍‌ ବିସିସିକୁ ମିଳିଥିବା ୧୬୯ଟି ସଡକ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଜଳସେଚନ ପାଇଁ ଚିନ୍ତାଗୁଡା ଠାରେ ଏକ ବଡ ଡ୍ୟାମ ନିର୍ମାଣ କରିବା ଭଳି ୮ଟି ଦାବି କୁ ଗତ କିଛି ମାସ ହେଲା ସରକାରଙ୍କ ଦୃଷ୍ଠିଗୋଚର କରାଯାଇଥିଲେ ମଧ୍ୟ ସରକାର ଆଦୌ କର୍ଣପାତ କରୁନଥିବା କାରଣରୁ ଧାରଣାରେ ବସିଥିବା ବିଧାୟକ ପ୍ରକାଶ କରିଛନ୍ତିା ଏନେଇ ବିଧାୟକ ବୁଧବାର ସଖାଳୁ ଆମରଣ ଅନସନ କରୁଥିବା ନେଇ ଲକ୍ଷ୍ମୀପୁର ଥାନାକୁ ମଧ୍ୟ ଦୃଷ୍ଠିଗୋଚର କରିଥିଲୋ

ସମ୍ବନ୍ଧିତ ଖବର