ଲମତାପୁଟରେ ବରଫ ପାତ

ଲମତାପୁଟ: କୋରାପୁଟ ଜିଲ୍ଲା ପ୍ରବାହିତ ହେଉଛି ଶୀତ ଲହରୀ। କେତେକ ସ୍ଥାନରେ ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିଯାଉଛି। ଗତକାଲି ରାତିରେ ଲମତାପୁଟରେ ବରଫ ପାତ ହୋଇଥିଲା। ଆଜି ସକାଳୁ ଅନେକ ସ୍ଥାନରେ ବରଫର ଆସ୍ତରଣ ଦେଖିବାକୁ ମିଳିଥିଲା। ପ୍ରବଳ ଶୀତ ଯୋଗୁଁ ରାତି ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି। ରାତିରେ ଲୋକେ ନିଆଁ ଜାଳି ରହୁଛନ୍ତି। ସକାଳୁ ଏବଂ ସଂଧ୍ୟାରେ ଘନ କୁହୁଡ଼ି ପଡୁଥିବାରୁ ଯାତାୟାତରେ ସମସ୍ୟା ହେଉଥିବା ଦେଖିବାକୁ ମିଳୁଛି। ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଲମତାପୁଟରେ ସୂର୍ଯ୍ୟାଲୋକ ଦେଖିବାକୁ ମିଳୁନି। ଚାରିପଟେ ଜଳଭଣ୍ଡାର ରହିଥିବାରୁ ଏଭଳି ହେଉଥିବା ପରିବେଶବିତ୍‌ମାନେ କହୁଛନ୍ତି। ଏଠାରେ ଗତକାଲି ତାପମାତ୍ରା ୪ଡିଗ୍ରୀ ତଳକୁ ଖସିଥିବା ବେଳେ ଆଗକୁ ଆହୁରି ଅଧିକ ଶୀତ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର