କୋରାପୁଟ: ନକ୍ସଲଙ୍କ ପାଇଁ ଠିକାଦାରମାନଙ୍କ ଠାରୁ ଚାନ୍ଦା ଆଦାୟ ମାମଲାରେ ଠିକାଦାର ଗିରଫ

ଲକ୍ଷ୍ମୀପୁର: ଜେଲରୁ ଫେରି ପୁଣି ନକ୍ସଲଙ୍କ ପାଇଁ ଠିକାଦାରମାନଙ୍କୁ ଭୟଭୀତ କରିବା ସହ କ୍ୟାମ୍ପ ପୋଡିବା, ଗାଡି ଭଙ୍ଗାରୁଜା କରିବା, ଚାନ୍ଦା ମାଗିବା ଭଳି ଅଭିଯୋଗରେ ନାରାୟଣପାଟଣା ପୁଲିସ ପୁଣି ଥରେ ଠିକାଦାର ମୁରଲି କ୍ରିଷ୍ନାଙ୍କୁ ଗିରଫ କରିଛିା ଲକ୍ଷ୍ମୀପୁର ଏସଡିପିଓ ତପନ ନାରାୟଣ ରଥଙ୍କ ସୂଚନା ମୁତାବକ ଗତ ୨ ତାରିଖରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇ ସୋମବାର ସମାପ୍ତ ହେବାକୁ ଥିବା ବେଳେ ନାରାୟଣପାଟଣା ବ୍ଲକ ପେଡାଇଟିକି ଗାଁ ନିକଟରେ ରବି ନାୟକ ଓ ମନୋଜ ନାୟକଙ୍କ ଥିବା ଠିକା କ୍ୟାମ୍ପକୁ ନିଆଁ ଲଗାଇବା ସହ ଗୋଟିଏ ଗାଡିକୁ ଭଙ୍ଗାରୁଜା କରିଥିଲେ, ଯେଉଁଥିରେ ଠିକାଦାର ମୁରଲିକ୍ରିଷ୍ନା ହିଁ ସଂପୃକ୍ତ ଥିବା ବେଳେ ପୁଣି ଉଭୟ ରବି ଓ ମନୋଜ ଙ୍କୁ ନକ୍ସଲ ନାଁ ରେ ଚାନ୍ଦା ମାଗିଥିଲା ମୁରଲିକ୍ରିଷ୍ନା।

ଏନେଇ ଥାନାରେ ଅଭିଯୋଗ ହେବାପରେ ନାରାୟଣପାଟଣା ପୁଲିସ ମୁରଲିକ୍ରିଷ୍ନାଙ୍କୁ ଗିରଫ କରାଯାଇଥିବା ଏସଡିପିଓ ପ୍ରକାଶ କରିଛନ୍ତିା ଗତ କିଛି ମାସ ତଳେ ଠିକାଦାର ମୁରଲିକ୍ରିଷ୍ନା, ରବି ନାୟକ ଓ ମନୋଜ ନାୟକଙ୍କୁ ୪୦ ଲକ୍ଷ ଟଙ୍କା ନକ୍ସଲଙ୍କ ପାଣ୍ଠି ସକାଶେ ମାଗିଥିଲେ। ଉଭୟେ ପ୍ରଥମ ପର୍ଯ୍ୟାୟରେ ୮ ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଦେବା ସମୟରେ ପୋଲିସ ମୁରଲିକ୍ରିଷ୍ନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୁରଲିକ୍ରିଷ୍ନା ଜେଲରୁ ଫେରି ବକେୟା ୩୦ ଲକ୍ଷ ଟଙ୍କା ମାଗୁଥିବା ନାରାୟଣପାଟଣା ଥାନାରେ ଅଭିଯୋଗ କରାଯିବା ପରେ ପୁଣି ଗିରଫ କରାଯାଇଛିା

ସମ୍ବନ୍ଧିତ ଖବର