ସ୍କୁଟି ଡିକି ଭାଙ୍ଗି ୧.୯ଲକ୍ଷ ଲୁଟ, ଥାନାରେ ଅଭିଯୋଗ

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ବଜାର ଦେଇ ଯାଇଥିବା ମୁଖ୍ୟ ସଡ଼କ ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ସ୍କୁଟିର ଡିକି ଭାଙ୍ଗି ଶୁକ୍ରବାର ୧ଲକ୍ଷ ୯ହଜାର ଟଙ୍କା ଲୁଟ ହୋଇଥିିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଟାଉନ ଥାନା ଅଞ୍ଚଳରେ ରହୁଥିବା ଗୋବିନ୍ଦ ଗୌଡ଼ ନିଜର ଅନ୍ୟ ୨ଜଣ ସାଙ୍ଗମାନଙ୍କ ସହିତ ଟଙ୍କା ଡିପୋଜିଟ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଯାଉଥିଲେ। ବ୍ୟାଙ୍କ ଯିବା ରାସ୍ତାରେ ଡ୍ରିମ୍‌ ହୋମ୍‌ ନିକଟରେ ଥିବା ଏକ ଦୋକାନ ପାର୍ଶ୍ୱରେ ସ୍କୁଟି ରଖି ଚପଲ ଦୋକାନକୁ ଯାଇଥିଲେ। ଚପଲ କିଣି ଫେରିବା ବାଟରେ ଦୁର୍ବୃତ୍ତମାନେ ନକଲି ଚାବି ମାଧ୍ୟମରେ ଡିକି ଖୋଲି ଟଙ୍କା ନେଇ ଯାଇଥିବା ଦେଖିବାକୁ ପାଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଆଧାରକୁ ନେଇ ଘଟଣାର ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର